ଭୁବନେଶ୍ବର: ଅନେକଥର କ’ଣ ହୁଏ ଆମେ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପବ୍ଲିସ କରି ଦେଉ । ଏହା ପରେ ମନେପଡେ ଯେ ସାଙ୍ଗମାନଙ୍କୁ ମେନସନ୍ କରିବା ଭୁଲି ଯାଇଛୁ । ଏପରି ସ୍ଥିତିରେ,ଷ୍ଟୋରୀ ଡିଲିଟ୍ କରି ପୁଣି ପୋଷ୍ଟ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ମିଳେ ନାହିଁ । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଏପରି ଡିଲିଟ୍ କରିବାକୁ ଆଉ ପଡିବ ନାହିଁ । ଷ୍ଟୋରୀ ପବ୍ଲିସ ପରେ ବି ଆପଣ ସାଙ୍ଗମାନଙ୍କୁ ମେଲସନ୍ କରି ପାରିବେ । ଏହା କରିବା ମଧ୍ୟ ଅତି ସହଜ ।
ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରିବା ପରେ ଟ୍ୟାଗ୍ ର ଫିଚର ମିଳେ । କିନ୍ତୁ ଅଧିକାଂଶ ୟୁଜର ଏହି ଫିଚର ବିଷୟରେ ଜାଣନ୍ତି ନାହିଁ । ଯଦି ଆପଣ ନିଜର ସାଙ୍ଗମାନଙ୍କୁ ଏକ ଫଟୋରେ ମେନସନ୍ କରିବାକୁ ଭୁଲି ଯାଇଛନ୍ତି, ତେବେ ସେହି ଷ୍ଟୋରୀରେ ଉଲ୍ଲେଖ କରିପାରିବେ । ଏଥିପାଇଁ ପୋଷ୍ଟ ହୋଇଥିବା ଷ୍ଟୋରୀକୁ ଓପନ କରିବାକୁ ପଡିବ । ଏହାପରେ ଡାହାଣ କୋଣରେ ଦେଖାଯାଇଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ । ଏଠାରେ ଆପଣଙ୍କୁ ଆଡ୍ ମେନସନ୍ ର ବିକଳ୍ପ ଶୋ ହେବ । ଯଦି ଆପଣ ଆଡ୍ ମେନସନ୍ ଉପରେ କ୍ଲିକ୍ କରନ୍ତି, ତେବେ ଆପଣଙ୍କୁ ଆପଣଙ୍କର ସାଙ୍ଗମାନଙ୍କର ସମ୍ପୂର୍ଣ୍ଣ ତାଲିକା ଦେଖାଯିବ । ଆପଣ ମଧ୍ୟ ଏଠାରେ ନାମ ଲେଖି ସର୍ଚ୍ଚ କରିପାରିବେ ଏବଂ ଡନ୍ ରେ କ୍ଲିକ୍ କରି ଏହାକୁ ଷ୍ଟୋରୀରେ ଉଲ୍ଲେଖ କରିପାରିବେ ।
ଯଦି ଆପଣ ପୂର୍ବରୁ ପବ୍ଲିସ ଷ୍ଟୋରୀରେ କୌଣସି ମେନସନ୍ କୁ ହଟେଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଅଧିକ କିଛି କରିବାକୁ ପଡିବ ନାହିଁ । ଆପଣଙ୍କୁ ଷ୍ଟୋରୀକୁ ଯିବାକୁ ପଡିବ । ଡାହାଣ କୋଣରେ ଦେଖାଯାଇଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରିବେ । ସେଠାରେ ଆପଣଙ୍କୁ ରିମୁଭ ଟ୍ୟାଗ୍ ର ବିକଳ୍ପ ମିଳିଯିବ ।
Comments are closed.