ମୁମ୍ବାଇ:ଆପଣ ଜାଣନ୍ତି କି ୧୯୯୩ରେ ଏକ ଫିଲ୍ମ ମଧ୍ୟ ମୁକ୍ତିଲାଭ କରିଥିଲା ଯେଉଁଥିରେ ହିରୋ ଅପେକ୍ଷା ମାଙ୍କଡ଼କୁ ଅଧିକ ଟଙ୍କା ଦିଆଯାଇଥିଲା। ଆସନ୍ତୁ ଜାଣିବା ମଜାଳିଆ କାହାଣୀ ବିଷୟରେ ।
୧୯୯୩ ମସିହାରେ, ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଯେଉଁଥିରେ ଦୁଇଜଣ ମୁଖ୍ୟ ହିରୋଙ୍କ ସହିତ ଏକ ମାଙ୍କଡ଼ ମଧ୍ୟ ହିରୋ ଭୂମିକାରେ ଥିଲା । ହଁ, ଏହି ଚଳଚ୍ଚିତ୍ରରେ ମାଙ୍କଡ଼ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା | କେବଳ ଏତିକି ନୁହେଁ, ଏହି ମାଙ୍କଡ଼କୁ ଅନ୍ୟ ଦୁଇ ମୁଖ୍ୟ ହିରୋ ଅପେକ୍ଷା ଅଧିକ ଦରମା ଦିଆଯାଇଥିଲା । ଏହା ସହିତ ମାଙ୍କଡ଼ଟି ଫିଲ୍ମର ଅଭିନେତାମାନଙ୍କ ପରି ସମାନ ଭିଆଇପି ଉପଚାରା ପାଉଥିଲା । ଆମେ ଏହା କହୁ ନାହୁଁ, ସେହି ଚଳଚ୍ଚିତ୍ରରେ କାମ କରୁଥିବା କଳାକାରମାନେ ଏହା ପ୍ରକାଶ କରିଛନ୍ତି ।
ଫିଲ୍ମଟି ହେଉଛି ଗୋବିନ୍ଦା ଏବଂ ଚଙ୍କି ପାଣ୍ଡେଙ୍କ ସୁଫରହିଟ ଫିଲ୍ମ ‘ଆଁଖେ’ ।ସୂଚନାଥାଉକି, କିଛିଦିନ ତଳେ ଗୋବିନ୍ଦା,ଚଙ୍କି ପାଣ୍ଡେ ଏବଂ ଶକ୍ତି କପୁର କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ, ଯେଉଁଠାରେ ସେମାନେ ନିଜ ଚଳଚ୍ଚିତ୍ରରୁ ଅନେକ ରୋଚକ କାହାଣୀ ବର୍ଣ୍ଣନା କରିଥିଲେ | ସେଥିମଧ୍ୟରୁ ସେ ତାଙ୍କ ଫିଲ୍ମ ଆଁଖେ ସହିତ ଜଡିତ ଏକ ଘଟଣା ମଧ୍ୟ ବର୍ଣ୍ଣନା କରିଥିଲେ ।
କପିଲ ଶୋ’ରେ ଚଙ୍କି ପାଣ୍ଡେ କହିଛନ୍ତି,’ଆମ ତିନିଜଣ ଆଁଖେ ନାମକ ଏକ ଫିଲ୍ମ କରିଥିଲୁ, ପ୍ରକୃତରେ ଏଥିରେ ତିନିଜଣ ହିରୋ ଥିଲେ, ଗୋବିନ୍ଦା, ମୁଁ ଏବଂ ଏକ ମାଙ୍କଡ଼। ସେହି ମାଙ୍କଡ଼ ଆମ ଦୁହିଁଙ୍କ ଅପେକ୍ଷା ଅଧିକ ଟଙ୍କା ପାଇଥିଲା ।
ଏଥିରେ ଗୋବିନ୍ଦା ରାଜି ହୋଇ କହିଥିଲେ ,ହଁ, ଏହା ସତ ଅଟେ। ଏହାକୁ ନେଇ ଶକ୍ତି କପୁର , କହିଥିଲେ’ମାଙ୍କଡକୁ ଭିଆଇପି ଉପଚାର ଦିଆଯାଇଥିଲା। ତାଙ୍କୁ ମୁମ୍ବାଇର ସନ୍ ଆଣ୍ଡ ସ୍ୟାଣ୍ଡ ହୋଟେଲରେ ଏକ ରୁମ୍ ଦିଆଯାଇଥିଲା। ଏହା ପରେ ସେ ଥଟ୍ଟା କରି କହିଥିଲେ -ଯେତେବେଳେ ବି ଡେଭିଡ୍ ମଙ୍କି ଡାକୁଥିଲେ, ଚଙ୍କି ଆସୁଥିଲେ ଏବଂ ଯେତେବେଳେ ଚଙ୍କି ଡାକନ୍ତି, ମଙ୍କି ଆସୁଥିଲା ।
ଏହାପୂର୍ବରୁ ଚଙ୍କି ପ୍ରକାଶ କରିଥିଲେ ଯେ, ସେହି ଚଳଚ୍ଚିତ୍ରରେ ମାଙ୍କଡ଼କୁ ଅଧିକ ଫି ପ୍ରଦାନ କରାଯାଇଛି। ତେବେ କେତେ ଫି ପ୍ରଦାନ କରାଯାଇଛି ସେ ସମ୍ପର୍କରେ ସୂଚନା ମିଳିପାରି ନାହିଁ।
ଆଁଖେକୁ ଡେଭିଡ ଧାୱନ ନିର୍ଦ୍ଦେଶନା ଦେଇଥିଲେ, ଏହି ଚଳଚ୍ଚିତ୍ର ୧୯୯୩ରେ ମୁକ୍ତିଲାଭ କରିଥିଲା।