ନୂଆଦିଲ୍ଲୀ: ତାମିଲନାଡୁରେ ଏବେ ଭାଷା ବିବାଦ ତେଜିଥିବା ବେଳେ, ଏଥିରେ ଘିଅ ଢାଳିବା ଭଳି କାମ କରିଛନ୍ତି ଅଭିନେତା କମଲ ହାସନ । ଯାହାକୁ ନେଇ ଏବେ କମଲଙ୍କୁ ଭତ୍ସନା କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । କନ୍ନଡ-ତାମିଲ ଭାଷାକୁ ନେଇ ଚାଲିଥିବା ବିବାଦରେ ଅଭିନେତା କମଲ ହାସନଙ୍କୁ କର୍ଣ୍ଣାଟକ ହାଇକୋର୍ଟ କଡା ସମାଲୋଚନା କରି କହିଛନ୍ତି, ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ଲୋକଙ୍କ ଭାବନାକୁ ଆଘାତ ଦିଆଯାଇପାରିବ ନାହିଁ । ତୁମେ କମଲ ହାସନ ହୁଅକି, ଅନ୍ୟ କେହି…….
ତେବେ କମଲ ହାସନ କନ୍ନଡ ଏବଂ ତାମିଲ ଭାଷାକୁ ନେଇ ଚାଲିଥିବା ବିବାଦରେ ଏକ ବୟାନ ଦେଇଥିଲେ । କମଲ ହାସନ ତାଙ୍କ ଆଗାମୀ ଫିଲ୍ମ ‘ଠଗ୍ ଲାଇଫ୍’ର ଅଡିଓ ଲଞ୍ଚ ସମୟରେ କହିଥିଲେ ଯେ କନ୍ନଡ ଭାଷା ତାମିଲରୁ ଜନ୍ମ ହୋଇଛି। ଏହା ପରେ ବିବାଦ ଅଧିକ ତେଜିବା ସହ କମଲ ହାସନଙ୍କ ଫିଲ୍ମ ଠଗ୍ ଲାଇଫ୍ ବି ଏଥିରେ ଫସିରହିଛି । ଯାହା ଆସନ୍ତା ଜୁନ୍ ୫ ରେ ରିଲିଜ୍ ହେବାକୁ ଅଛି । ମାମଲା ଏତେ ବଢି ଯାଇଥିଲା ଯେ ଏହା କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ଯାହାକୁ ନେଇ ହସନଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କୁହାଯାଇଥିଲା । ହେଲେ ଏହାକୁ ସିଧା ସିଧା ମନା କରିଦେଇଥିଲେ ହସନ ।
ଯାହାକ ନେଇ ଏବେ କର୍ଣ୍ଣାଟକ ହାଇକୋର୍ଟରେ ଜଷ୍ଟିସ୍ ଏମ୍. ନାଗପ୍ରସନ୍ନାଙ୍କ ଖଣ୍ଡପୀଠ ଅଭିନେତାଙ୍କୁ ଭର୍ତ୍ସନା କରିଛନ୍ତି । ହାଇକୋର୍ଟ କହିଛନ୍ତି, ଆପଣ କମଲ ହାସନ ହୁଅନ୍ତୁ କିମ୍ବା ଅନ୍ୟ କେହି, ଆପଣ ଜନସାଧାରଣଙ୍କ ଭାବନାକୁ ଆଘାତ ଦେଇପାରିବେ ନାହିଁ। ଆପଣ ନିଜେ ଏହି ପରିସ୍ଥିତିର କାରଣ। ଏଥିସହିତ ବିଚାରପତି ଏମ୍ ନାଗାପ୍ରସନ୍ନା ହାସନଙ୍କ ବୟାନ ପାଇଁ କ୍ଷମା ମାଗିବାକୁ ମନା କରିବା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଏହା ଜନ ଭାବନାକୁ ଆଘାତ ଦେଇଛି। କୌଣସି ନାଗରିକଙ୍କ ଭାବନାକୁ ଆଘାତ କରିବାର ଅଧିକାର ନାହିଁ । ଏହା ଜଳ, ଭୂମି ଏବଂ ଭାଷା ନାଗରିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ଦେଶର ବିଭାଜନ ଭାଷାଗତ ଆଧାରରେ ହୋଇଥିଲା । ଆମେ ଏବେ ଏହା ଆପଣଙ୍କ ଉପରେ ଛାଡି ଦେଉଛୁ। ଯଦି ଆପଣ କାହାକୁ ଆଘାତ ଦେଇଛନ୍ତି, ତେବେ କ୍ଷମା ମାଗନ୍ତୁ। କର୍ଣ୍ଣାଟକରୁ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରିବ। ଯଦି ଆପଣଙ୍କୁ କନ୍ନଡ ଲୋକଙ୍କ ଆବଶ୍ୟକତା ନାହିଁ, ତେବେ ଏଠାରୁ ରୋଜଗାର କରିବା ବନ୍ଦ କରନ୍ତୁ ବୋଲି କହି କଡା ଭାଷାରେ ସମାଲୋଚନା କରିଛନ୍ତି କୋର୍ଟ ।
Comments are closed.