Latest Odisha News

ଐଶ୍ୱର୍ଯ୍ୟା ନୁହେଁ, ଜିନତ୍ ଅମାନଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅଭିଷେକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଏକ ସୁଖମୟ ଦାମ୍ପତ୍ୟ ଜୀବନ ବିତାଉଛନ୍ତି । ବିବାହ ପରେ ଉଭୟ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି । ବିବାହ ପୂର୍ବରୁ ଦୁହିଁଙ୍କ ଜୀବନର ରାସ୍ତା ଅଲଗା ଥିଲା । ଐଶ୍ୱର୍ଯ୍ୟ, ଦବଙ୍ଗ ଖାନ୍ ସଲମାନଙ୍କୁ ଡେଟ୍ କରୁଥିବା ବେଳେ ଅଭିଷେକଙ୍କ ବିବାହ ସ୍ଥିର ହୋଇସାରିଥିଲା । ହେଲେ ଶେଷରେ ଅଚାନକ ଦୁହେଁ ବିବାହ କରିଥିଲେ । କିନ୍ତୁ ଆପଣ ଜାଣନ୍ତି କି, ବିବାହର ପୂର୍ବରୁ ଅଭିଷେକ ଜଣେ ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଥିଲେ । ଏମିତି କି ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ବି ଦେଇଥିଲେ ।

ଅଭିଷେକ ଏକ ଟିଭି ସୋ’ରେ ପ୍ରକାଶ କରିଛନ୍ତି ଯେ, ସେ ୭୦-୮୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀଙ୍କୁ ଭଲ ପାଉଥିଲେ । ଏହି ଅଭିନେତ୍ରୀଙ୍କ ନାମ ଜିନତ ଅମାନ୍ । ଜିନତଙ୍କୁ ବର୍ତ୍ତମାନ ୭୨ବର୍ଷ ବୟସ ହୋଇଛି । କିନ୍ତୁ ତାଙ୍କର ଗ୍ଲାମର ଏପର୍ଯ୍ୟନ୍ତ କମ ହୋଇନାହିଁ । ଅଭିଷେକଙ୍କ କହିବା ମୁତାବକ, ସେ ୫ବର୍ଷର ଥିବା ବେଳେ ଜିନତଙ୍କୁ ବିବାହ କରିବାକୁ ସ୍ୱପ୍ନ ଦେଖୁଥିଲେ । ସୁଟିଂ ପାଇଁ ଅମିତାଭ ବଚ୍ଚନଙ୍କ ସହ ହିମାଚଳ ପ୍ରଦେଶ ଯାଇଥିଲେ ଅଭିଷେକ । ଏହି ଚଳଚ୍ଚିତ୍ରରେ ଅମିତାଭଙ୍କ ସହ-ଅଭିନେତ୍ରୀ ଥିଲେ ଜିନତ ଅମାନ । ସୁଟିଂ ସମୟରେ ଜିନତ, ଅଭିଷେକଙ୍କ ସହ ଖେଳୁଥିବା ବେଳେ ଦିନେ ଅଭିଷେକ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ।ଏହା ଶୁଣି ସମସ୍ତେ ହସିଥିବା ବେଳେ ବଡ଼ ହେଲେ ବିବାହ କରିବା ବୋଲି ଅଭିଷେକଙ୍କୁ କହିଥିଲେ ଜିନତ ଅମାନ ।

Comments are closed.