Latest Odisha News

BREAKING NEWS

ପତ୍ରରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନ, ନିଆରା ଢଙ୍ଗରେ ଗୁରୁ ଦିବସ ପାଳିଲେ ଯୁବ ଚିତ୍ରଶିଳ୍ପୀ ସମରେନ୍ଦ୍ର

“ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର।
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ”

ବାରିପଦା: ଆଜିହେଉଛି ପବିତ୍ର ଗୁରୁ ଦିବସ,ସମାଜ ରେ ଗୁରୁ ମାନଙ୍କ ସ୍ଥାନ ସର୍ବାଗ୍ରେ । ସମାଜ ଗଠନରେ ଗୁରୁର ଭୂମିକା ଅବର୍ଣ୍ଣନୀୟ । ତେବେ ଏଇ ପବିତ୍ର ଗୁରୁଦିବସ ଅବସରରେ ଶାଗୁଆନ ଗଛର ପତ୍ରରେ ଚିତ୍ର କାଟି ନିଆରା ଢଙ୍ଗରେ ଗୁରୁ ଦିବସ ପାଳିଛନ୍ତି ଯୁବ ଚିତ୍ରଶିଳ୍ପୀ ସମରେନ୍ଦ୍ର ବେହେରା ।

ନା ହାତରେ ଧରିଛନ୍ତି ରଙ୍ଗ ,ନା ଧରିଛନ୍ତି ତୁଳି କେବଳ ଧରିଛନ୍ତି ଗୋଟିଏ ବ୍ଲେଡ଼କଟର । ଆଉ ସେଇ ବ୍ଲେଡ଼କଟର ସାହାଯ୍ୟରେ ସେ ତାଙ୍କ ହାତର ଯାଦୁ ଦେଖାଇ ମହାନ୍ ଶିକ୍ଷାବିତ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ପ୍ରତିକୃତି ଆଙ୍କିଛନ୍ତି । ପତ୍ରରେ ଏହି ପ୍ରତିକୃତି କରି ନିଆରା ଢଙ୍ଗରେ ରାଧାକ୍ରୀଷ୍ଣନଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧିନ ଆଗଡା ଗ୍ରାମର ର ଯୁବ ଚିତ୍ରଶିଳ୍ପୀ ସମରେନ୍ଦ୍ର ବେହେରା ।

ସମରେନ୍ଦ୍ର ଆଗରୁ ମଧ୍ୟ ଅନେକ ଜନନାୟକ ମାନଙ୍କ ଚିତ୍ର ଗଛରେ ଆଙ୍କି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସ୍ଥାନୀୟ ଲୋକଙ୍କ ମନ ଜୀଣି ପାରିଛନ୍ତି । ଆଜି ଶାଗୁଆନ ଗଛର ପତ୍ରରେ ଚିତ୍ର କାଟି ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ପ୍ରତିକୃତି ଆଙ୍କି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଗଛକୁ ଭଲପାଉଥିବା ଐହି ଯୁବ ଚିତ୍ରଶିଳ୍ପୀ ଗଛରେ ଏହିଭଳି ଅନେକ ଚିତ୍ର ଆଙ୍କି ଲୋକଙ୍କୁ ଗଛଲଗାଇବା ସହ ପରିବେଶ ସୁରକ୍ଷା ଦିଗରେ ବର୍ତ୍ତା ମଧ୍ୟ ଦେଉଛନ୍ତି । ତେବେ ସମରେନ୍ଦ୍ର ଙ୍କ ଏହି କାର୍ଯ୍ୟ ପାଇଁ ଜିଲ୍ଲାର ସବୁଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.