Latest Odisha News

BREAKING NEWS

ରାଉରକେଲାରେ କରୋନା ସଂକ୍ରମଣରେ ଡାକ୍ତରାଣୀଙ୍କ ମୃତ୍ୟୁ; ଦିଆଗଲା ଗାର୍ଡ ଅଫ୍ ଅନର୍

ରାଉରକେଲା: ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ)ରେ କୋଭିଡ ରୋଗୀଙ୍କ ଦେଖାଶୁଣା କରୁଥିବା ଜଣେ ୨୯ ବର୍ଷୀୟ ପିଜି ଛାତ୍ରୀଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି ।

ମୃତକଙ୍କ ନାମ ପ୍ରିୟାଶ୍ରୀ ବୋଲି ଜଣାପଡିଛି । ଯିଏକି ବିହାରର ନାଳନ୍ଦା ଜିଲ୍ଲାର ବାସିନ୍ଦା ।

ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତ ସେପ୍ଟେମ୍ବର ୨୨ ତାରିଖରେ ଆଇଜିଏଚରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ହାଇଟେକ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ଜେପି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ବୋଲି ସୁତ୍ରରୁ ପ୍ରକାଶ।

ତେବେ ଏହି କୋଭିଡ ଯୋଦ୍ଧାଙ୍କ ଦେହାନ୍ତରେ ବେଦବ୍ୟାସ ଘାଟରେ ରାଉରକେଲା ବିଧାୟକ ଓ ଏଡିଏମ୍ ପ୍ରମୁଖଙ୍କ ଉପସ୍ଥିତିରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି।

Leave A Reply

Your email address will not be published.