Latest Odisha News

BREAKING NEWS

ହୋଟେଲ ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଜଟଣି: ସୋମବାର ସକାଳେ ଜଟଣୀର ସୀତାରାମ ଛକରେ ଥିବା ଏକ ହୋଟେଲ ରୁମରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ହୋଟେଲ ରେଜିଷ୍ଟରରୁ ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଆସିଲୋ ଗାଁର ରଶ୍ମିତା ଜେନା ନାମକ ଜଣେ ଯୁବତୀ ନିଜର ପରିଚୟ ଦେଇ ହୋଟେଲରେ ରହିଥିଲେ।

ତାଙ୍କ ସହ ସ୍ମୃତି ରଞ୍ଜନ ଜେନା ଅନ୍ୟ ଜଣେ ଯୁବକ ରବିବାର ସନ୍ଧ୍ୟାରେ ଆସି ହୋଟେଲେ ରହିଥିଲେ। ଉଭୟ ସ୍ବାମୀ-ସ୍ତ୍ରୀ ବୋଲି ପରିଚୟ ଦେଇଥିଲେ। କିନ୍ତୁ ରାତି 11ଟାରେ ରାତ୍ରିଭୋଜନ ଆଣିବା ପାଇଁ ରୁମ୍ରୁ ବାହାରାକୁ ଯାଇଥିଲେ ସ୍ମୁତି । ଏହାପରେ ସେ ଆଉ ହୋଟେଲକୁ ଫେରିନଥିଲେ ବୋଲି ଜଣାପଡ଼ିଛି।

ସୋମବାର ମଧ୍ୟାହ୍ନରେ ରୁମ ସର୍ଭିସ କରୁଥିବା ହୋଟେଲ କର୍ମଚାରୀ କବାଟ ବାଡ଼େଇବାରୁ ଦୀର୍ଘ ସମୟ ଧରି କେହି କବାଟ ଖୋଲିନଥିଲେ। ହୋଟେଲ କର୍ମଚାରୀଙ୍କୁ ସନ୍ଦେହ ହେବାରୁ ସେ ପୁଲିସକୁ ଫୋନ୍ କରି ଘଟଣା ବାବଦରେ ଜଣାଇଥିଲେ। ଏହାପରେ ରୁମ୍ ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ।

ଏବେ ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ସ୍ମୃତିରଞ୍ଜନଙ୍କ ଫୋନ୍ ସୁଇଚ୍ ଅଫ୍ ରହିଛି।

Comments are closed.