Latest Odisha News

BREAKING NEWS

ଯୁବତୀ ଖାଉଛନ୍ତି କଞ୍ଚା କଲିଜା: ଲୋକେ କହିଲେ ସେ ଝିଅ ନୁହେଁ, ଡ଼ାହାଣୀ

ମାଲେସିଆ: କରୋନା ପରେ ଲୋକମାନେ ଖାଦ୍ୟପେୟ ଉପରେ ବେଶୀ ସତର୍କ ହୋଇଯାଇଛନ୍ତି । ଲୋକମାନେ ଏପରି ଜିନିଷ ଖାଇବାଠାରୁ ଦୂରେଇ ଯାଆନ୍ତି, ଯାହା ସଠିକ୍ ଭାବରେ ରନ୍ଧା ହୋଇ ନ ଥାଏ । କିନ୍ତୁ ଅନେକ ଲୋକ ଏହାକୁ ଅଣଦେଖା କରିଥାନ୍ତି । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଆପଣ ଦେଖିଲେ ବିଚଳିତ ହୋଇଯିବେ ।

କଞ୍ଚା ଚିକେନ୍ ବା ଅଧା ଶିଝା ଚିକେନ୍ ଖାଇବାକୁ ଡ଼ାକ୍ତରମାନେ ବାରଣ କରିଥାନ୍ତି । କାରଣ ଏପରି ଖାଦ୍ୟ ଖାଇଲେ ବିଭିନ୍ନ ପ୍ରକାରର ରୋଗ ହେବାର ସମ୍ଭାବନା ଅଛି । ଏହା ବ୍ୟତୀତ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଜଟିଳତା ମଧ୍ୟ ଦେଖାଦେବ । କିନ୍ତୁ ମାଲେସିଆରେ ରହୁଥିବା ଜଣେ ଯୁବତୀ କଞ୍ଚା କଲିଜା ଖାଉଛନ୍ତି । ତାହା ପୁଣି ତାଙ୍କର ପ୍ରିୟ ଖାଦ୍ୟ ବୋଲି କହୁଛନ୍ତି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଯୁବତୀ ଜଣକ ଗୋଟେ ପ୍ଲେଟରେ କିଛି କଲିଜା ଆଣି ରଖିଛନ୍ତି । ତାକୁ ଏକ ଚାମଚ ସାହାଯ୍ୟରେ ଗୋଟିଏ ପରେ ଗୋଟିଏ ଖାଉଛନ୍ତି । ଯଦି କେହି ଏହି କଞ୍ଚା କଲିଜା ଖାଇବାକୁ ଚାହୁଁଛନ୍ତି ଆସନ୍ତୁ ବୋଲି ମଧ୍ୟ କହୁଛନ୍ତି । ପରେ ଚାମଚ ସାହାଯ୍ୟରେ ଅତି ଆରାମରେ ଏହି କଲିଜାକୁ ଚୋବାଇ ଚୋବାଇ ଖାଉଛନ୍ତି । ଏହି ଭିଡ଼ିଓ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହେବା ସହ ସେ ଗୋଟେ ଝିଅ ନୁହେଁ, ତାଙ୍କୁ ଡାହାଣୀ ବୋଲି ସମ୍ବୋଦନ ମଧ୍ୟ କରିଛନ୍ତି ।
ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ଯୁବତୀଙ୍କ ଏପରି ଆଚରଣକୁ ନାପସନ୍ଦ କରିଛନ୍ତି । ଏହି ପ୍ରକାରର ଖାଦ୍ୟ ଭିଡିଓ ଦେଖିବାକୁ କୌଣସିି ବ୍ୟକ୍ତି ପସନ୍ଦ କରନ୍ତି ନାହିଁ ବୋଲି ଅନେକ କହିଛନ୍ତି । ଏଥିସହିତ ଅନେକ ଏହାକୁ ଶରୀର ପାଇଁ ଖରାପ । ତେଣୁ ଏପରି ଖାଦ୍ୟ ନ ଖାଇବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।

Comments are closed.