Latest Odisha News

BREAKING NEWS

ସୁନ୍ଦର ଦେଖାଯିବା ପାଇଁ ଅସ୍ତ୍ରୋପଚାର କରି ଓଠକୁ କଲେ ମୋଟା , ଏବେ ମିଳୁନାହାନ୍ତି ବଏଫ୍ରେଣ୍ଡ

ବୁଲଗେରିଆ: ସୁନ୍ଦର ଦେଖାଯିବା ପାଇଁ କାହାର ବା ଆଗ୍ରହ ନ ଥାଏ । ଏଥିପାଇଁ ଶରୀରର ବିଭିନ୍ନ ସ୍ଥାନରେ ଅସ୍ତ୍ରୋପଚାର କରିବା ସହିତ ପାଣି ପରି ଟଙ୍କା ବି ଖର୍ଚ୍ଚ କରନ୍ତି । କିନ୍ତୁ ଅନେକ ଲୋକ ସଫଳ ହୋଇଥିବା ବେଳେ ଆଉ କିଛି କ’ଣ କରିବେ ଜାଣି ନ ପାରି ଅସୁବିଧା ଭୋଗିଥାନ୍ତି । ଏମିତି ଅନେକ ଯୁବତୀ ସୁନ୍ଦର ଦେଖାଯିବା ପାଇଁ ଅସ୍ତ୍ରୋପଚାର କରି ମୁହଁ ସୌନ୍ଦର୍ଯ୍ୟ ହରାଇଛନ୍ତି । ଏପରି ଜଣେ ଯୁବତୀ ନିଜର ଓଠକୁ ଅସ୍ତ୍ରୋପଚାର ଜରିଆରେ ମୋଟା କରି ଏବେ ଯନ୍ତ୍ରଣା ଭୋଗୁଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା, ଏବେ ତାଙ୍କୁ ମିଳୁନି ବଏଫ୍ରେଣ୍ଡ, ଯାହାକୁ ନେଇ ସେ ଏବେ ବହୁତ ଚିନ୍ତିତ ।

ଯୁବତୀ ଜଣକ ହେଲେ ବୁଲଗେରିଆର ଆଣ୍ଡ୍ରେୟା ଏମିଲୋଭା ଇଭାନୋଭା । ବୟସ ମାତ୍ର ୨୫ ବର୍ଷ । ଏତେ କମ୍ ବୟସରେ ଆଣ୍ଡ୍ରେୟା ନିଜକୁ ସୁନ୍ଦର କରିବା ପାଇଁ ଓଠରେ କଲେ ଅସ୍ତ୍ରୋପଚାର । କାରଣ ଓଠ ମୋଟା କରିବା ଥିଲା ତାଙ୍କର ଲକ୍ଷ୍ୟ । ଅସ୍ତ୍ରୋପଚାର କରି ଓଠ ସିନା ମୋଟା କରିଦେଲେ, ହେଲେ ଓଠ ଏମିତି ବେଲୁନ ପରି ଫୁଲିଗଲା ଯେ, ଯେକେହି ଦେଖିଲେ ଡ଼ରିଲେ । ଓଠ ପାଇଁ ତାଙ୍କର କୌଣସି ଅସୁବିଧା ହେଉନାହିଁ, କିନ୍ତୁ ସମସ୍ୟା ହେଉଛି ତାଙ୍କୁ କୌଣସି ପୁଅ ପସନ୍ଦ କରୁନାହାନ୍ତି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଣ୍ଡ୍ରେୟା ନିଜକୁ ଭିନ୍ନ ଏବଂ ସୁନ୍ଦର ଦେଖାଯିବା ପାଇଁ ଶରୀରରେ ୪୩ ଥର ଅସ୍ତ୍ରୋପଚାର କରିଛନ୍ତି । ଏଥିପାଇଁ ୨୦ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି । ଆଣ୍ଡ୍ରିଆ ଦୁନିଆର ସବୁଠୁ ବଡ ଓଠ ଭାବେ ବେଶ୍ ପରିଚିତ । ଆଣ୍ଡ୍ରିଆ କହିଛନ୍ତି ଯେ, ଅନେକ ପୁରୁଷ ତାଙ୍କ ଚେହେରାକୁ ଅଜବ ମନେ କରନ୍ତି । କିନ୍ତୁ ଅନେକ ଲୋକ ତାଙ୍କୁ ପସନ୍ଦ ବି କରନ୍ତି । ହେଲେ ଜୀବନସାଥୀ କରିବାକୁ ଚାହାଁନ୍ତି ନାହିଁ । ବର୍ତ୍ତମାନ ସେ ଏକ ରିଆଲିଟି ସୋ ମାଧ୍ୟମରେ ନିଜ ଜୀବନସାଥୀ ଖୋଜିବାକୁ ଯାଉଛନ୍ତି ।

Leave A Reply

Your email address will not be published.