Latest Odisha News

BREAKING NEWS

ଓଡ଼ିଶାରେ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖଣ୍ଡନ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶାରେ ହେବ କି ଆଗୁଆ ନିର୍ବାଚନ ? ଗଣମାଧ୍ୟମରେ ହେଉଥିବା ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଶୁକ୍ରବାର ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଓଡ଼ିଶାକୁ ଇଭିଏମ୍ ଆସିବା ସହ ଆଗୁଆ ନିର୍ବାଚନର କୌଣସି ସମ୍ପର୍କ ନାହିଁ ।

ଇଭିଏମର ଜୀବନ କାଳ ରହିଛି । ଏବେ ନୂଆକରି ପ୍ରସ୍ତୁତ ହୋଇଥିବା ଇଭିଏମକୁ ଓଡ଼ିଶା ସହ ବିଭିନ୍ନ ରାଜ୍ୟକୁ ପଠାଯାଉଛି । ଯାହାକି ଆଗାମୀ ନିର୍ବାଚନରେ ବ୍ୟବହୃତ ହେବ । ତେବେ ଓଡ଼ିଶାକୁ ଇଭିଏମ୍ ଆସିବା ନେଇ ଗଣମାଧ୍ୟମ ଆଗୁଆ ନିର୍ବାଚନ ଚର୍ଚ୍ଚା ନ କରିବାକୁ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ମଙ୍ଗଳବାର ପୁରୀରେ ୮ ହଜାର ୨୦୦ଟି ଇଭିଏମ୍ ପ୍ରଥମ ପର୍ଯ୍ୟାୟରେ ହାଇଦ୍ରାବାଦରୁ ଆସି ପହଞ୍ଚିଥିଲା । ସେସବୁ ଇଭିଏମକୁ ପୁରୀ ୱେୟାରହାଉସରେ ରଖା ଯାଇଛି । ଯାହାକୁ ନେଇ ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଜୋର୍ ଧରିଥିଲା ।

୨୦୨୪ ସାଧାରଣ ନିର୍ବାଚନ ସହ ଓଡ଼ିଶାରେ ବିଧାନସଭା ଭୋଟ୍ ହେବ । ୧୪୭ଟି ବିଧାନସଭା ଆସନ ଅନ୍ତର୍ଗତ ୩୭, ୧୦୦ ଭୋଟ୍ ଦାନ କେନ୍ଦ୍ର ପାଇଁ ପାଖାପାଖି ୯୫ ହଜାର ଇଭିଏମ୍ ଆବଶ୍ୟକ । ସେହିଭଳି ଲୋକସଭା ନିର୍ବାଚନ ଲାଗି ସମାନ ଭାବେ ଏହାର ଦ୍ୱିଗୁଣ ଇଭିଏମ୍ ଦରକାର ।

Leave A Reply

Your email address will not be published.