Latest Odisha News

BREAKING NEWS

ରାମନବମୀ ଶୋଭାଯାତ୍ରାକୁ ଆସିଥିଲେ ଯୁବକ; ଧାରୁଆ ଛୁରୀରେ ଆକ୍ରମଣ କଲେ ଦୁର୍ବୃତ୍ତ

ବାଲେଶ୍ବର: ଆଜି ପବିତ୍ର ରାମନବମୀ ଉପଲକ୍ଷେ ଉତ୍ସବମୁଖର ହୋଇଛି ଦେଶ ଠୁ ଆରମ୍ଭ କରି ସମଗ୍ର ରାଜ୍ୟ । ସକାଳୁ ସକାଳୁ ମଠ ଓ ମନ୍ଦିର ମାନଙ୍କରେ ଭକ୍ତଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହୋଇଛି ।
ଅନେକ ସ୍ଥାନରେ ରାମନବମୀ ଅବସରରେ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ବାଲେଶ୍ବର ଜିଲ୍ଲା ସୋରରେ ମଧ୍ୟ ଆଜି ରାମନବମୀକୁ ବେଶ ଖୁସିର ସହ ପାଳନ କରାଯାଉଥିବା ବେଳେ ଶୋଭାଯାତ୍ରାକୁ ଆସିଥିବା ଜଣେ ଯୁବକଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।

ଖବରମୁତାବକ, ସୋରରେ ରାମନବମୀ ଉପଲକ୍ଷେ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ଭାଗ ନେବାକୁ ଆସିଥିବା ଚିତ୍ତଳ ଗ୍ରାମର ସନ୍ତୋଷ କୁମାର ସାହୁ ଅପରାହ୍ଣରେ କୋର୍ଟ ଛକ ନିକଟରେ ଛିଡା ହୋଇଥିବା ବେଳେ ପାଞ୍ଚ ଜଣ ଯୁବକ ଦୁଇଟି ବାଇକ ଓ ଗୋଟିଏ ସ୍କୁଟିରେ ଆସି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏଥିରେ ସନ୍ତୋଷଙ୍କ ହାତ ମୁଣ୍ଡ ଓ ପିଠିରେ ଗୁରୁତର ଆଘାତ ସୃଷ୍ଟି ହୋଇଥିଲା।

ତେବେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନକୁ ନେଇଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣରୁ ଛୁରା ମାଡ଼ ହେଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

 

Comments are closed.