Latest Odisha News

BREAKING NEWS

ସୁନ୍ଦରୀ ଯୁବତୀ ବେଶରେ ସଜ୍ଜିତ ହେଲେ ଯୁବକ, ଲୋକେ ଦେଖି ଆଶ୍ଚର୍ଯ୍ୟ

ଉଭୟ ପୁରୁଷ ଏବଂ ମହିଳାମାନଙ୍କ ଶାରୀରିକ ଗଠନ ଭିନ୍ନ ଭିନ୍ନ । କିନ୍ତୁ କିଛି ଲୋକ ଏହି ପାର୍ଥକ୍ୟକୁ ହଟାଇବା ପାଇଁ କିଛି ବି କରିପାରନ୍ତି । ଏବେ ଜଣେ ଯୁବକ ନିଜକୁ ଯୁବତୀ ବେଶରେ ସଜ୍ଜେଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭିଡ଼ିଓରେ ଦେଖିବାକୁ ମିଳିଛିଯେ, ଯୁବକ ଜଣକ ପ୍ରଥମେ ନିଜ ମୁହଁରେ ଥିବା ଦାଢି ଓ ନିଶକୁ ଏକ ରେଜର ସାହାଯ୍ୟରେ କାଟୁଛନ୍ତି । ସେଭିଂ୍ କରିବା କରେ ମେକ୍‌ଅପ୍ ଆର୍ଟିଷ୍ଟ ପାଖରେ ବସୁଛନ୍ତି । ଏହି ମେକଅପ୍ ଆର୍ଟିଷ୍ଟ ଜଣକ ଯୁବକଙ୍କୁ ଏମିତି ଭାବେ ସଜାଇ ଦେଲେ ଯେ, ଯୁବକ ଜଣକ ନିଜେ ବି ଆଶ୍ଚର୍ଯ୍ୟ ହୋଇଗଲେ । ସୁନ୍ଦର ମେକଅପ୍ ନେବା ସହ ଲାଲ ଲେହେଙ୍ଗା, ଚୁଡ଼ି,ବିନ୍ଧି ପିନ୍ଧିଥିଲେ । ଏହି ଗେଟଅପ୍‌ରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ତାଙ୍କୁ ଦେଖିଲେ ସେ ଜଣେ ଯୁବକ ବୋଲି କେହି ବିଶ୍ୱାସ କରିପାରିବେ ନାହିଁ । ଏହି ବେଶରେ ଯୁବକ ଜଣକ ଯେତେବେଳେ ବାହାରକୁ ଗଲେ ତାଙ୍କୁ ଲୋକେ ଦେଖି ବି ଆଶ୍ଚର୍ଯ୍ୟ ହୋଇଗଲେ । ଯୁବକ ଜଣ ଏକ ମନ୍ଦିର ଯାଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଏଠାରେ ଲୋକମାନେ ତାଙ୍କ ସହ ସେଲଫି ମଧ୍ୟ ନେଉଥିଲେ । ଯୁବକଙ୍କ ଜଣକ ଏହିଭିଡ଼ିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି ଯେ, ଝିଅମାନଙ୍କୁ ଦେଖିବା ପରେ ସିଧାସଳଖ କମେଣ୍ଟ ନ କରିବାକୁ ଲୋକଙ୍କୁ ସତର୍କ କରାଇଛନ୍ତି ।

ଏହି ଭିଡ଼ିଓ ଦେଖିବା ପରେ ଅନେକ ଯୁବକଙ୍କୁ ଖୁବ୍ ପ୍ରଶଂସା କରିଥିବା ବେଳେ ଆଉ କିଛି ଏହା ଦକ୍ଷିଣ ଭାରତର ଏକ ପ୍ରଥା ବୋଲି ମତ ରଖିଛନ୍ତି ।

Leave A Reply

Your email address will not be published.