Latest Odisha News

BREAKING NEWS

କୂଅରେ ପଡ଼ି ଯୁବକଙ୍କ ମୃତ୍ୟୁ

କାମାକ୍ଷାନଗର: କୂଅରେ ପଡ଼ି ଯୁବକଙ୍କ ମୃତ୍ୟୁ । ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁରେ ଘଟିଛି ଏହିଭଳି ଅଘଟଣା । ମୃତ ଯୁବକ ଜଣକ ହେଲେ ବସୋଇ ଗାଁ ଗୋଠବୁରୀ ସାହିର ବିରଞ୍ଚି ସାହୁ ।

ସୂଚନା ଅନୁସାରେ, ଗତ କାଲି ରାତିରେ ବିରଞ୍ଚି ନିଜ ପଡ଼ୋଶୀଙ୍କ ଘରକୁ ଯାଉଥିବାବେଳେ ଅସାବଧାନତା କାରଣରୁ କୂଅରେ ଖସି ପଡ଼ିଥିଲେ । ପରିବାର ଲୋକେ ବହୁ ଖୋଖୋଜି ପରେ ଆଜି ସକାଳୁ ତାଙ୍କ ମୃତ ଦେହ ଏକ କୂଅରେ ଭାସୁଥିବାର ଦେଖିବାକୁ ମିଳିଛି । ଏନେଇ ପରଜଙ୍ଗ ଅଗ୍ନିଶମ ବାହିନୀ ଖବର ପାଇବା ପରେ ମୃତ ଦେହକୁ କୂଅ ଭିତରୁ ଉଦ୍ଧାର କରିଥିଲେ । ଏନେଇ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Comments are closed.