Latest Odisha News

BREAKING NEWS

ସରିଲା ୭ ଦିନିଆ ମହଲତ, ଆଜି ଏସଡିଜେଏମ୍ କୋର୍ଟରେ ହୋଇପାରେ ଶୁଣାଣି

ବ୍ରହ୍ମପୁର: ସରିଲା ୭ ଦିନିଆ ମହଲତ, ଆଜି ଏସଡିଜେଏମ୍ କୋର୍ଟରେ ହୋଇପାରେ ଶୁଣାଣି  । ବ୍ରହ୍ମପୁରର ଦମ୍ପତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ମାମଲାର ଆଜି ଏସଡିଜେଏମ୍ କୋର୍ଟରେ ଶୁଣାଣି ହୋଇପାରେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟ ଆସ୍କାରେ ଏକ ଘରେ ୭ ଦିନ ପାଇଁ ରହିଥିଲେ ।

ଆଜି ସେହି ମହଲତ ଶେଷ ହୋଇଛି । ବ୍ରହ୍ମପୁରସ୍ଥିତ ବ୍ରହ୍ମାନଗରରେ ଥିବା ଶ୍ୱଶୁର ଘରେ ସ୍ୱାମୀଙ୍କ ସହ ରହିବାକୁ ତପସ୍ୱିନୀ ଧାରଣା ଦେଇଥିଲେ । ଶେଷରେ ମାମଲା କୋର୍ଟକୁ ଯାଇଥିଲା । କୋର୍ଟ ମାମଲାର ଶୁଣାଣି କରି ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଆସ୍କାରେ ଏକ ଘରେ ୭ ଦିନ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

ଗତ ଡିସେମ୍ବର ୨ ତାରିଖରେ ବ୍ରହ୍ମପୁରରେ ନବବଧୂ ତପସ୍ୱିନୀଙ୍କର ଶ୍ୱଶୁର ଘର ଆଗରେ ଧାରଣା ମାମଲାରେ ବ୍ରହ୍ମପୁର SDJMଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ସଂପର୍କ ଯୋଡ଼ିବାକୁ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତଙ୍କୁ ୭ ଦିନ ସମୟ ଦେଇଥିଲେ କୋର୍ଟ । ଉଭୟଙ୍କୁ ୭ ଦିନ ଏକାଠି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

 

Leave A Reply

Your email address will not be published.