Latest Odisha News

BREAKING NEWS

ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ସକାଳ ୧୦ଟାରେ ଫଳାଫଳ ପ୍ରକାଶ ପାଇବ । ମଧ୍ୟାହ୍ନ ୧୨ଟାରେ ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ ୱେବ ସାଇଟରୁ ପାଇପାରିବେ । ଏ ନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି ।

୧୮ ତାରିଖ ଦିନ ୧୦ଟା ବେଳେ ପ୍ରକାଶ ପାଇବ ରେଜଲ୍ଟ  । ଷ୍ଟେଟ ଓପନ୍‌ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ୧୮ ତାରିଖରେ ପ୍ରକାଶ ପାଇବ  । ମାଧ୍ୟମିକ ଶିକ୍ଷା ପରିଷଦ  ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମେ’ ୧୮ ତାରିଖ ସକାଳ ୧୦ଟାରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ରେଜଲ୍ଟ ଘୋଷଣା କରବେ । ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ୧୨ଟା ପରେ ଅଫିସିଆଲ ୱେବସାଇଟ bseodisha.nic.inରୁ ରେଜଲ୍ଟ ଜାଣି ପାରିବେ । ଯଦି ଛାତ୍ରଛାତ୍ରୀ ୱେବସାଇଟରୁ ରେଜଲ୍ଟ ନ ପାଇଲେ ତେବେ ୫୬୭୬୭୫୦ କୁ ଏସଏମଏସ କରି ମଧ୍ୟ ଜାଣି ପାରିବେ ବୋଲି କହିଛନ୍ତି ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେଶନର ସଭାପତି ରାମାଶିଷ ହାଜରା ।

ସୂଚନାଥାଉ କି,  ମେ’ ତୃତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ ବାହାରିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ତତ୍କାଳୀନ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।  ଏଥିସହ ମେ’ ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି ମଧ୍ୟ କହିଥିଲେ । ଅନ୍ୟପକ୍ଷେ ଆଜି ପୂର୍ବାହ୍ନ ୧୧.୩୦ ଟା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ(ମାଟ୍ରିକ୍) ପରୀକ୍ଷା ଫଳ ତାରିଖ ଘୋଷଣା କରାଯିବ ବୋଲି ବୋର୍ଡର ଉପସଭାପତି  ଡକ୍ଟର ନିହାର ରଞ୍ଜନ ମହାନ୍ତି  ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଏପ୍ରିଲ ୩ ତାରିଖରୁ ଖାତାଦେଖା ଆରମ୍ଭ ହୋଇଥିଲା । ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିଥିଲେ ଶିକ୍ଷକ, ଶିକ୍ଷୟିତ୍ରୀ । ଏଥିପାଇଁ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ କାର୍ଯ୍ୟରେ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଖାତାଦେଖାରେ ପ୍ରାୟ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ନିୟୋଜିତ ରହିଥିଲେ । ଏ ବର୍ଷ ୫ ଲକ୍ଷ ୪୧ ହଜାର ପିଲା ପରୀକ୍ଷା ଦେଇଛନ୍ତି । ଗତ ବର୍ଷ ପାସ୍ ହାର ଥିଲା ୯୦ ଦଶମିକ ପାଞ୍ଚ ପାଞ୍ଚ ପ୍ରତିଶତ ଥିବାବେଳେ ଏବର୍ଷ କ’ଣ ହେବ ଜାଣିବାକୁ ଅପେକ୍ଷା ।

Leave A Reply

Your email address will not be published.