Latest Odisha News

BREAKING NEWS

ନିଜ ବିବାହକୁ କେବଳ ୩ ଅତିଥିଙ୍କୁ ନିମନ୍ତ୍ରଣ କଲେ ଯୁବକ: କହିଲେ ମୋର ବିବାହ, ମୋର ଇଚ୍ଛା…

ବିବାହ ହେଉଛି ଏପରି ଗୋଟେ କାର୍ଯ୍ୟ, ଯେଉଁଥିରେ ଯେତେ ଚେଷ୍ଟା କଲେ ମଧ୍ୟ କିଛି ଟିକେ ଉଣା ରହିଯାଇଥାଏ । ବିଶେଷକରି ବିବାହକୁ ଆସୁଥିବା ଅତିଥିମାନେ ବେଶୀ ଭୁଲ ଖୋଜିଥାନ୍ତି । ଏବେ ଜଣେ ଯୁବକ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । କାରଣ ସେ ତାଙ୍କ ବିବାହ ଉତ୍ସବକୁ ମାତ୍ର ୩ ଜଣଙ୍କୁ ନିମନ୍ତ୍ରଣ କରିଛନ୍ତି ।

ଜଣେ ଯୁବକ ନିଜ ବିବାହ ଉତ୍ସବ ଧୁମ୍‌ଧାମ୍‌ରେ ଆୟୋଜନ କରିଛନ୍ତି । କେଉଁଥିରେ ବି ଟିକେ କମ୍ କରିନାହାନ୍ତି । କିନ୍ତୁ ସେ ଏହି ବିବାହ ଉତ୍ସବକୁ ମାତ୍ର ୩ ଜଣ ଅତିଥିଙ୍କୁ ଡ଼ାକିଥିଲେ, ଯେଉଁମାନେ ତାଙ୍କ ସହିତ ବେଶୀ ଜଡ଼ିତ । ସେଥିମଧ୍ୟରେ ଥିଲେ ତାଙ୍କ ପ୍ରେମିକା ଓ ଦୁଇ ସାଙ୍ଗ । ଏପରି ନିଷ୍ପତ୍ତିକୁ ନେଇ ଯୁବକଙ୍କ ପରିବାରଲୋକେ, ସାଙ୍ଗସାଥୀ, ବନ୍ଧୁବାନ୍ଧବ ନାପସନ୍ଦ କରିଛନ୍ତି । ଅନେକ ସାଙ୍ଗ ବିବାହରେ ଯୋଗ ଦେବାକୁ ନିଜ ଆଡ଼ୁ ପ୍ରସ୍ତୁତ ହୋଇଥିଲେ, ହେଲେ ସେ ନ ଡ଼ାକିବାରୁ ନିରାଶ ହୋଇପଡ଼ିଛନ୍ତି । ଏପରି ପରିସ୍ଥିତିରେ ସେମାନଙ୍କୁ କାହିଁକି ଡକାଯାଇ ନ ଥିଲା ସେ ନେଇ ସମାଲୋଚନା ଲାଗି ରହିଲା ।

ଯୁବକ ଜଣକ ନିଜ କାହାଣୀକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଆଉ କହିଛନ୍ତି ଯେ, ବିବାହ ମୋର, ଇଛା ମୋର । ବିବାହରେ ଅଧିକ ଲୋକଙ୍କୁ ନିମନ୍ତ୍ରଣ ନ କରି ମୁଁ କେଉଁ ଭୁଲ କରିଛିି ବୋଲି ଓଲଟା ପ୍ରଶ୍ନ ପଚାରିଛନ୍ତି । ଅତିଥି ଭାବରେ ଯେଉଁ ତିନି ଜଣ ଆସିଥିଲେ ସେମାନେ ମୋର ଦୁଇ ବନ୍ଧୁ ଓ ପ୍ରେମିକା ଥିଲେ, ଯାହାକୁ ଭଲ ଭାବରେ ଜାଣିଥିଲି ଏବଂ ସେମାନେ ଫଟୋଗ୍ରାଫ୍ କରିବାରେ ମଧ୍ୟ ପାରଦର୍ଶୀ ଥିଲେ । ସବୁଠୁ ବଡ଼ କଥା, ମୁଁ ମୋ ପରିବାର ସଦସ୍ୟଙ୍କୁ ମଧ୍ୟ ଡ଼ାକିନାହିଁ, ତେଣୁ ସେ କିପରି ତାଙ୍କର ସମସ୍ତ ସାଙ୍ଗମାନଙ୍କୁ ନିମନ୍ତ୍ରଣ କରିପାରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.