Latest Odisha News

BREAKING NEWS

୬୦ ଲକ୍ଷ ମୂଷା ମାରିବା କାର୍ଯ୍ୟକ୍ରମ ବାତିଲ

ପ୍ୟାରିସ: ଏଠାକାର ଲୋକ ଏବେ ମୂଷାଙ୍କ ସହ ଏକତ୍ର ରହିବାକୁ ବାଧ୍ୟ ହୋଇଛନ୍ତି । ପ୍ୟାରିସରେ ଦ୍ରୁତ ବେଗରେ ମୂଷାଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଏହା ଦେଖି ପ୍ରଶାସନ ୬୦ ଲକ୍ଷ ମୂଷାଙ୍କୁ ମାରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଏ ବାବଦକୁ ୧୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା । ବର୍ତମାନ ସରକାର ଏହି ନିଷ୍ପତିରୁ ଓହରି ଯାଇଛନ୍ତି । ୨୦୧୭ରୁ ମୂଷାଙ୍କ ସଂଖ୍ୟା କମାଇବା ପାଇଁ ସମସ୍ତ ଉଦ୍ୟମ କରାଯାଉଥିଲେ ମଧ୍ୟ ଏଥିରେ ସଫଳତା ମିଳି ନାହିଁ । ମୂଷାଙ୍କ ସହ କିପରି ଏକତ୍ର ରହିହେବ ସେଥିନେଇ ସରକାର ଯୋଜନା କରୁଛନ୍ତି । ଏକ କମିଟି ଗଠନ କରାଯାଇ ଲୋକମାନଙ୍କୁ ଏ ସମ୍ପର୍କରେ ଆବଶ୍ୟକ ଟିପ୍ସ ପ୍ରଦାନ କରାଯିବ ।

୧୪୦୦ ଶତାବ୍ଦୀରେ ଏଠାରେ ପ୍ଲେଗ ରୋଗ ଭୟଙ୍କର ଭାବେ ବ୍ୟାପିଥିଲା । ସେବେଠାରୁ ପ୍ୟାରିସବାସୀଙ୍କ ମନରେ ମୂଷାଙ୍କ ପ୍ରତି ଭୟ ରହିଛି । ୧୮୭୦ରେ ଫ୍ରାନ୍ସ-ରୁଷିଆ ଯୁଦ୍ଧରେ ଖାଦ୍ୟ ଅଭାବରୁ ସୈନିକମାନେ ମୂଷା ଖାଇ ଜୀବନ ବଂଚାଇଥିଲେ । ବର୍ତମାନ ପ୍ୟାରିସରେ ୨୧ ଲକ୍ଷ ଲୋକ ରହୁଥିବା ବେଳେ ମୂଷାଙ୍କ ସଂଖ୍ୟା ୬୦ ଲକ୍ଷରେ ପଂହଚିଛି । କିଛି ଦିନ ତଳେ ଅବସରଜନିତ ବୟସ ସୀମା ବୃଦ୍ଧି କରାଇବା ପାଇଁ ପ୍ୟାରିସରେ ଷ୍ଟ୍ରାଇକ କରାଯାଇଥିଲା । ଯାହା ଫଳରେ ୫୬୦୦ ଟନ ଆବର୍ଜନ ପଡି ରହିଥିଲା । ଯାହାକି ମୂଷାଙ୍କ ସଂଖ୍ୟା ବଢ଼ାଇବାରେ ସହାୟ ହେଲା ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.