କଟକ : ପିଶାଚ ସାଜିଲା ପୁଅ । ପିଟି ପିଟି ବାପାର ଜୀବନ ନେଇଗଲା । ଏପରି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ଗାଁରେ ।
ସୂଚନା ଅନୁଯାୟୀ, ମୃତକ ଜଣକ ହେଲେ ବାଲୁଙ୍କେଶ୍ୱର ମହାନ୍ତି(୭୫)। ବାଲୁଙ୍କେଶ୍ୱର ପୁଅ ହେଉଛନ୍ତି ଅପର୍ତି ମହାନ୍ତି । ଅର୍ପତି ସବୁବେଳେ ନିଶାରେ ଚୁର୍ ରୁହନ୍ତି । ଆଉ ନିଶା ସେବନ ପାଇଁ ବାପା ବାଲୁଙ୍କେଶ୍ୱରଙ୍କ ଠାରୁ ଟଙ୍କା ନିଅନ୍ତି । ଗତ କାଲି ମଧ୍ୟ ଅର୍ପତି ନିଶା ସେବନ ପାଇଁ ତାଙ୍କ ବାପାଙ୍କୁ ଟଙ୍କା ମାଗିଥିଲେ । ହେଲେ ବାଲୁଙ୍କେଶ୍ୱର ଟଙ୍କା ଦେବାକୁ ମନା କରିବାରୁ ଅର୍ପତି ରାଗିଯାଇ ବିଳମ୍ବିତ ରାତିରେ ବାପାଙ୍କୁ ଲୁହା ରଡ୍ରେ ପିଟି ପିଟି ମାରିଦେଇଥିଲେ ।
ବାଲୁଙ୍କେଶ୍ୱର ବିଜୁ ଜନତା ଦଳର ଜଣେ ବରିଷ୍ଠ କର୍ମୀ । ଆଠଗଡ଼ ଅଞ୍ଚଳରେ ବାଲି ମଉସା ଭାବରେ ସେ ବେଶ ଜଣାଶୁଣା । ଦୀର୍ଘ ୩୦ବର୍ଷ ଧରି ଆଠଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ରହି କାର୍ଯ୍ୟ କରି ଆସୁଥିଲେ। ଖବର ପାଇ ଆଠଗଡ଼ ଓ ତିଗିରିଆ ବିଜୁ ଜନତା ଦଳର କର୍ମ କର୍ତ୍ତା ମାନେ ଶେଷ ଦର୍ଶନ ପାଇଁ ଆଠଗଡ଼ ମେଡିକାଲରେ ପହଞ୍ଚିଛନ୍ତି। ତେବେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
Comments are closed.