Latest Odisha News

BREAKING NEWS

ଆଟମିକ ଏନର୍ଜି କମିଶନ ଅଧ୍ୟକ୍ଷ ନିଯୁକ୍ତ ହେଲେ ଓଡିଆ ବୈଜ୍ଞାନିକ ଡକ୍ଟର ଅଜିତ କୁମାର ମହାନ୍ତି

ନୂଆଦିଲ୍ଲୀ: ପୁଣି ଜଣେ ଓଡ଼ିଆଙ୍କୁ ଗୁରୁଦାୟିତ୍ୱ ତେଲେ କେନ୍ଦ୍ର ସରକାର। ଓଡ଼ିଆ ବୈଜ୍ଞାନିକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ‘ଆଣବିକ ଶକ୍ତି ବିଭାଗ’ର ସଚିବ ଏବଂ ‘ଆଣବିକ ଶକ୍ତି କମିସନ୍‌’ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଅଜିତ ବର୍ତ୍ତମାନ ‘ଭାବା ଆଟମିକ୍‌ ରିସର୍ଚ ସେଣ୍ଟର୍‌’ର ନିର୍ଦ୍ଦେଶକ ଅଛନ୍ତି। ଶନିବାର ଦିନ କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି କମିଟି ଡକ୍ଟର ମହାନ୍ତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି।

୨୦୨୫ ଅକ୍ଟୋବର ୧୦ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିତିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ ବୋଲି କ୍ୟାବିନେଟ୍‌ ନିଯୁକ୍ତି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସୂଚନା ଥାଉକି, ଏହା ପୂର୍ପରୁ ଡକ୍ଟର୍‌ ଅଜିତ କୁମାର ମହାନ୍ତିଙ୍କୁ ୨୦୧୯ ମାର୍ଚ ୧୨ ତାରିଖରେ ‘ଭାବା ଆ‌ଟମିକ୍‌ ରିସର୍ଚ ସେଣ୍ଟର୍‌’ର ୧୩ତମ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ।

୧୯୫୯ ମସିହାରେ ଜନ୍ମ ହୋଇଥିବା ଡକ୍ଟର ମହାନ୍ତି ୧୯୭୯ରେ ବାରିପଦାସ୍ଥିତଏମ୍‌. ପି. ସି. କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ପାସ୍ କରିଥିଲେ। ଏହାପରେ ୧୯୮୧ରେ କଟକସ୍ଥିତ ରେଭେନ୍ସା କଲେଜରୁ ସ୍ନାତକୋତ୍ତର କରିବା ପରେଭାବା ଟମିକ୍ରିସର୍ଚ ସେଣ୍ଟର୍‌’ ଟ୍ରେନିଙ୍ଗ୍ସ୍କୁଲ୍ରୁ ୨୬ତମ ବ୍ୟାଚ୍ରେ ସ୍ନାତକ ହାସଲ କରିଥିଲେ।

ଏହାପରେ ୧୯୮୩ରେ ସେଭାବା ଟମିକ୍ରିସର୍ଚ ସେଣ୍ଟର୍‌’ନ୍ୟୁକ୍ଲିୟର୍ଫିଜିକ୍ସ୍ଡିଭିଜନ୍ରେ ଯୋଗ ଦେଇଥିଲେ। ଏହାଛଡ଼ା, ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ସେ ଡକ୍ଟରେଟ୍ପାଇଛନ୍ତି। ଏଥିସହିତ ଇଣ୍ଡିଆନ ଫିଜିକ୍ସ ଆସୋସିଏସନ୍‌(IPA)ର ସାଧାରଣ ସମ୍ପାଦକ ହେବା ପରେ ଏହାର ଅଧ୍ୟକ୍ଷ ବି ହୋଇଥିଲେ।

ଏହା ପୂର୍ବରୁ କେନ୍ଦ୍ରରରେ ଅନେକ ବଡ଼ ବଡ଼ ପଦବୀରେ ଓଡ଼ିଆମାନେ ନିଯୁକ୍ତ ହୋଇଛନ୍ତି। ୨୦୧୮ ଡିସେମ୍ବରରୁ ଶକ୍ତିକାନ୍ତ ଦାସ ଆର୍‌ବିଆଇ ଗଭର୍ଣ୍ଣର ଥିବା ବେଳେ, ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗରେ ମୃତ୍ୟୁଞ୍ଜୟ ମହାପାତ୍ର ଡିଜି ଭାବେ ଦାୟିତ୍ୱ ସମ୍ବାଳୁଛନ୍ତି।

 

Leave A Reply

Your email address will not be published.