Latest Odisha News

BREAKING NEWS

ହାତୀ ଆକ୍ରମଣରେ ଯୁବକଙ୍କର ମୃତ୍ୟୁ

ସୁନ୍ଦରଗଡ଼ : ହାତୀ ଆକ୍ରମଣରେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ସୁନ୍ଦରଗଡ଼ ତଲସରା ଥାନା ତେନ୍ତୁଲିଧରିଆ ଗାଁର ନିକୁଲାସ ଜୋଜୋ ବୋଲି ଜଣାପଡିଛି । ନିକୁଲାସଙ୍କ ବୟସ ମାତ୍ର ୩୪ ବର୍ଷ ହେବ ବୋଲି ସୂଚନା ମିଳିଛି ।

ଗତ କିଛି ଦିନ ହେବ ରାଉଲଡେଗା ବନଖଣ୍ଡ ଅଧିନରେ ଥିବା କିରାଲଗା ଜବତି ଜଙ୍ଗଲ, ହୁଟୁପାନି ଓ ଜଙ୍ଗଲପଡ଼ାରେ ୨୦ଟିକିଆ ହାତୀପଲ ଉପଦ୍ରବ ଜାରି ରଖିଛି । ପୁରା ଅଞ୍ଚଳରେ ହାତୀଙ୍କ ଉପଦ୍ରବରେ ଅନେକ ଫସଲ ନଷ୍ଟ ହେଉଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ଅଛନ୍ତି ।

ତେବେ ଗତକାଲି ହାତୀ ଘଉଡାଇବା ସମୟରେ ନିକୁଲାସଙ୍କୁ ହାତୀ କଚାଡି ଦେଇଥିଲା । ନିକୁଲାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା । ତେବେ ନିକୁଲାସଙ୍କୁ ବୁର୍ଲା ନେବାର ମୃତ୍ୟୁ ହୋଇଯାଇଛି ।

Leave A Reply

Your email address will not be published.