Latest Odisha News

BREAKING NEWS

ଯୁବକଙ୍କ ଅଜବ କୌଶଳ: ମୁଣ୍ଡରେ ସୋଫା ରଖି ଚଲାଇଲେ ସାଇକେଲ, ଲୋକେ ଦେଖି ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ସୋସିଆଲ ମିଡିଆରେ ଆମକୁ ଅଜବ ଭିଡ଼ିଓ ସବୁ ଦେଖିବାକୁ ମିଳିଥାଏ, ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଉ । ବେଳେ ବେଳେ ଲୋକେ ଏମିତି କାମ କରି ବସନ୍ତି, ଯାହା ସମସ୍ତଙ୍କ କଳ୍ପନା ବାହାରେ । ନିକଟରେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକ ତାଙ୍କ ମୁଣ୍ଡରେ ଏକ ଭାରୀ ସୋଫା ରଖି ସାଇକେଲ ଚଲାଉଛନ୍ତି । ଯୁବକଙ୍କ ଏପରି ଚିତାକର୍ଷକ କୌଶଳ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ପ୍ରଶଂସା ବି କରିଛନ୍ତି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ସାଇକେଲ ଧରି ଆସୁଛନ୍ତି । ଆଉ ମୁଣ୍ଡରେ ୩ ସିଟ୍ ବିଶିଷ୍ଟ ଏକ ସୋଫା ରଖି ସାଇକେଲ ଚଳାଇବାକୁ ଚେଷ୍ଟା କରୁଛନ୍ତି । ଏତେ ଭାରୀ ସୋଫା ମୁଣ୍ଡରେ ରଖି ଚମତ୍କାର ସନ୍ତୁଳନ ରକ୍ଷା କରିଛନ୍ତି । ଏହି ସମୟରେ ସେହି ରାସ୍ତାରେ ଅନେକ ଗାଡ଼ି ବି ଯାଆସ କରୁଛି । ସେମାନେ ଯୁବକଙ୍କ ଏପରି କୌଶଳକୁ ବୁଲି ବୁଲି ଦେଖୁଛନ୍ତି ।

କିଛି ଦିନ ପୂର୍ବରୁ ଜଣେ ଆଇପିଏସ୍ ଅଧିକାରୀ ଏହି ଭିଡିଓ ସେୟାର କରିଥିଲେ । ଏହି ଭିଡ଼ିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଏହା ଉକ୍ତ ଯୁବକଙ୍କ ପାଗଳାମୀ ବୋଲି କହିଛନ୍ତି । ଆଉ କିଛି ମନ୍ତବ୍ୟ ଦେଇଛନ୍ତି, ତାଙ୍କ ରାସ୍ତା ଅବରୋଧ କରନ୍ତୁ ନାହିଁ, ସେ ଏକ ମିଶନ ସଂପୂର୍ଣ୍ଣ କରୁଛନ୍ତି ।

Comments are closed.