Latest Odisha News

ଡୁମୁରୁପୁଟ ଷ୍ଟେସନରେ ଯାତ୍ରୀ ବିଶ୍ରାମାଗାର କକ୍ଷରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଠାବ

କୋରାପୁଟ : ଡୁମୁରୁପୁଟ ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମାଗାର କକ୍ଷରେ ଝୁଲନ୍ତା ମୃତ ଦେହ ଠାବ ହୋଇଛି । ରେଳପଥ ଦୋହରିକରଣ କାମରେ ନିୟୋଜିତ ଜଣେ ଶ୍ରମିକ ବେକରେ ରସି ଲଗାଇ ଝୁଲୁଥିବା ଦେଖିବାକୁ ମିଳିଛି । ଏହା ଆତ୍ମହତ୍ୟା ନା ହତ୍ୟା କରି ଝୁଲାଇ ଦିଆଯାଇଛି ତାହା ତଦନ୍ତ ପରେ ହିଁ ଜଣା ପଡିବ ।

ସୂଚନା ଅନୁଯାୟୀ, ରେଳପଥ ଦୋହରିକରଣ କାମରେ ନିୟୋଜିତ ଜଣେ ଶ୍ରମିକ ବେକରେ ଦଉଡ଼ି ଦେଇ ଫ୍ୟାନରେ ଝୁଲୁଥୁବା ଦେଖିବାକୁ ମିଳିଛି। ଡୁମୁରୁପୁଟର ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମାଗାର କକ୍ଷରେ ଝୁଲୁଛି ଶବ। ସେ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରି ଝୁଲାଇ ଦିଆଯାଇଛି ତଦନ୍ତ ପରେ ହିଁ ଜଣା ପଡ଼ିବ।

Comments are closed.