Latest Odisha News

BREAKING NEWS

ହୀରାକୁଦର ଖୋଲିଲା ଆଉ ୮ଟି ଗେଟ୍, ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ

ସମ୍ବଲପୁର: ଶନିବାର ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଆଉ ୮ଟି ଗେଟ୍ ଖୋଲଛନ୍ତି । ହୀରାକୁଦର ଉପର ମୁଣ୍ଡ ଛତିଶଗଡ଼଼ରେ ପ୍ରବଳ ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ୁଛି । ଫଳରେ ଏବେ ହୀରାକୁଦର ୨୦ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି ।

ଆଜି ସକାଳେ ୫ଟି ଗେଟ୍ ଖୋଲା ଯାଇଥିବା ବେଳେ ସନ୍ଧ୍ୟାରେ ଜଳସ୍ତର ବଢ଼ିବାରୁ ଆଉ ୩ଟି ଗେଟ୍ ଖୋଲା ଯାଇଛି । ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଏବେ ଜଳସ୍ତର ୬୨୧.୦୬ ଫୁଟ୍ ରହିଛି । ୪.୭୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨.୨୩ ଲକ୍ଷ କ୍ୟୁସେକ ଜଳ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ।

ସେହିଭଳି ମହାନଦୀର ଖଇରମାଳରେ ୩.୪୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳୀରେ ୪.୫୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ମହାନଦୀରେ ଏବେ ମଧ୍ୟମଧରଣର ବନ୍ୟା ଅତିକ୍ରମ କରିଛି । ହୀରାକୁଦର ତଳ ଅଞ୍ଚଳରେ ଥିବା ଜିଲ୍ଲା ଗୁଡ଼ିକୁ ଆଲର୍ଟରେ ରଖା ଯାଇଥିବା ବେଳେ ସ୍ଥିତି ସୁଧୁରୁଛି ।

Leave A Reply

Your email address will not be published.