ପୁରୀ: ସାଙ୍ଗମାନଙ୍କ ସହ ଶଙ୍କରେଶ୍ୱର ବୁଲିଯିବା ପୁରୀର ଯୁବ ସେବକ ବିଶ୍ୱନାଥ ପ୍ରଧାନୀ(୨୩)ଙ୍କ ପାଇଁ କାଳ ହୋଇଛି । ପୋଖରୀରେ ସ୍ନାନ କରୁଥିବା ବେଳେ ବିଶ୍ୱନାଥଙ୍କ ଗୋଡ ଖସି ଯାଇଥିଲା । ପାଣିରେ ବୁଡି ଯାଉଥିବା ଦେଖି ସାଙ୍ଗମାନେ ଚିତ୍କାର କରି ସ୍ଥାନୀୟ ଲୋକଙ୍କୁ ଡାକିଥିଲେ । ସେତେବେଳକୁ ବିଳମ୍ବ ହୋଇଯାଇଥିଲା ।
ଲୋକେ ପାଣିରେ ଖୋଜିଥିଲେ ମଧ୍ୟ ତାଙ୍କ ପାଇ ନ ଥିଲେ । ଶେଷରେ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଆଣିଥିଲେ । ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ବିଶ୍ୱନାଥଙ୍କ ମୃତ୍ୟୁରେ ତାଙ୍କ ପରଚିିତ ମହଲରେ ଦୁଃଖର ବାତାବରଣ ଖେଳିଯାଇଛି ।
Comments are closed.