Latest Odisha News

ମାଙ୍କଡ଼କୁ ବିସ୍କୁଟ୍ ଖୁଆଉଥିଲେ ଯୁବତୀ, ପରେ ଏମିତି ହେଲା ଦେଖିଲେ ଆଶ୍ଚର୍ଯ୍ୟ ହେବେ

ପର୍ଯ୍ୟଟକମାନେ କୁକୁର, ବିଲେଇ କିମ୍ବା ମାଙ୍କଡ଼ମାନଙ୍କୁ ଖାଦ୍ୟ ଦେବା ଏକ ସାଧାରଣ କଥା । କିନ୍ତୁ ଯେତେବେଳେ ପଶୁମାନେ ଏପରି କରୁଥିବା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଅବହେଳା କରନ୍ତି, ତାହା ଆଶ୍ଚର୍ଯ୍ୟ ଲାଗିଥାଏ । ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ମାଙ୍କଡ଼ମାନଙ୍କର ଆଚରଣ ଅତି ଅଜବ ।

ଭିଡିଓଟିକୁ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି । ଏଥିରେ କ୍ୟାପ୍‌ସନ ଲେଖାଯାଇଛି, ଆପଣ କେବେ ଏହିପରି କଟୁ ଅପମାନର ସମ୍ମୁଖୀନ ହୋଇଛନ୍ତି କି? ମୋର ଖାସ୍ ସ୍ମୃତି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ରାସ୍ତା କଡ଼ରେ ଥିବା ଡିଭାଇଡର ଉପରେ ବସିଥିବା ମାଙ୍କଡ଼କୁ ଜଣେ ଯୁବତୀ ବିସ୍କୁଟ ଦେଉଥିବାର ନଜର ଆସିଛନ୍ତି । କିନ୍ତୁ ମାଙ୍କଡ଼ ତାଙ୍କୁ ଅଣଦେଖା କରି ଆଗକୁ ଚାଲିଯାଉଛି । ଭିଡିଓରେ ଆଉ କିଛି ମାଙ୍କଡ଼ ମଧ୍ୟ ନଜର ଆସିଛନ୍ତି ଏବଂ ସେମାନେ ମଧ୍ୟ ସମାନ ଆଚରଣ କରୁଛନ୍ତି । ଏହି ସମୟରେ ଏକ ମାଙ୍କଡ଼ ତାଙ୍କ ହାତରୁ ବିସ୍କୁଟ ନେଇ ଶୁଙ୍ଘିଲା । ପରେ ଫିଙ୍ଗିଦେଉଛି । ତାହାପରେ ଆସୁଥିବା ଅନ୍ୟ ମାଙ୍କଡ଼ଟି ସମାନ କରୁଛନ୍ତି ।

Comments are closed.