Latest Odisha News

BREAKING NEWS

ପ୍ରେମିକ ଛୁରାମାଡ଼ରେ ଯୁବତୀ ଗୁରୁତର

ଖୋର୍ଦ୍ଧା: ବଚସା ଭୁଲିଲା ସମ୍ପର୍କ। ପ୍ରେମିକ ଛୁରାମାଡ଼ କରିବାରୁ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଏହପରି ଏକ ଘଟଣା ଘଟିଛି। ଯାଜପୁର ଜିଲ୍ଲାର ଏହି ନାବାଳିକା ଜଣକ ଖୋର୍ଦ୍ଧା ସହରର ଏକ ଗାଡ଼ି ଶୋ’ରୁମରେ କାମ କରନ୍ତି। ସବୁଦିନ ଭଳି ସେ ଦିନ ଡ୍ୟୁଟିକୁ ଯାଇ ମଧ୍ୟାହ୍ନ ଭୋଜନ ବିରତି ସମୟରେ ଅପରାହ୍ନରେ ସୋ’ରୁମ୍ ରୁ ବାହାରକୁ ଆସିଥିଲେ।

ସୋ’ରୁମ୍ ବାହାରେ ସେ ତାଙ୍କ ପ୍ରେମିକଙ୍କୁ ଭେଟିଥିଲେ ଏବଂ ଦୁହେଁ ବରୁଣେଇ ପାହାଡ଼କୁ ଯାଇଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ପୁଅ ଝିଅକୁ ପାହାଡ଼ରେ ଛୁରାମାଡ଼ କରିଥିଲା।

ଝିଅଟି ରକ୍ତ ଜୁଡୁବୁଡୁ ହୋଇ ଚେତାଶୂନ୍ୟ ହୋଇପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଝିଅଟିକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଖୋର୍ଦ୍ଧା ଥାନାର ଏକ ଟିମ୍ ବରୁଣେଇ ପାହାଡ଼କୁ ଯାଇ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.