Latest Odisha News

BREAKING NEWS

୧୧୩ତମ ମନ କି ବାତ୍‌: ଯୁବପିଢିଙ୍କୁ ମୋଦୀଙ୍କ ଆହ୍ଵାନ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ମନର କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ମନ କି ବାତ୍‌ର ୧୧୩ତମ ସଂସ୍କରଣରେ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶବାସୀଙ୍କୁ ସମ୍ବୋଧନ କରି ରାଜନୀତିକୁ ଆସିବାକୁ ଇଚ୍ଛୁକ ଥିବା ଯୁବପିଢ଼ିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୋଦୀ । ବର୍ତ୍ତମାନର ଯୁବକ ରାଜନୀତିକୁ ଆସିବାକୁ ଆଗ୍ରହୀ ଅଛନ୍ତି ଏବଂ ସେମାନଙ୍କୁ କେବଳ ସଠିକ୍ ମାର୍ଗଦର୍ଶନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ବର୍ତ୍ତମାନ ଆମର ସାମୂହିକ ଉଦ୍ୟମ ସହିତ ରାଜନୈତିକ ପୃଷ୍ଠଭୂମି ନ ଥିବା ଭଳି ଯୁବକମାନେ ମଧ୍ୟ ରାଜନୀତିରେ ଆଗକୁ ବଢ଼ିପାରିବେ। ସେମାନଙ୍କ ଅଭିଜ୍ଞତା ଏବଂ ସେମାନଙ୍କର ଉତ୍ସାହ ଦେଶ ପାଇଁ ଉପଯୋଗୀ ହେବ ବୋଲି କହିଛନ୍ତି ମୋଦୀ। ଅନ୍ୟପଟେ ମହାକାଶ ଜଗତ ସହିତ ଜଡିତ ଯୁବବର୍ଗମାନଙ୍କ ସହ କଥା ହୋଇଛନ୍ତି ମୋଦୀ । ଦେଶବାସୀଙ୍କୁ ସମ୍ବୋଧନ କରି ମୋଦୀ ଜାତୀୟ ମହାକାଶ ଦିବସ ଏବଂ ଚନ୍ଦ୍ରାୟନ-୩ ବିଷୟରେ ମଧ୍ୟ କହିଛନ୍ତି। ମୋଦୀ କହିଛନ୍ତି ଯେ ଅଗଷ୍ଟ ୨୩ରେ ଦେଶ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କରି ଚନ୍ଦ୍ରଯାନ-୩ର ସଫଳତାକୁ ପାଳନ କରିଥିଲା ​। ଗତ ବର୍ଷ, ଏହି ଦିନ ଚନ୍ଦ୍ରାୟନ-୩ ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ଭାଗ ଶିବ-ଶକ୍ତି ବିନ୍ଦୁରେ ଅବତରଣ କରିଥିଲା।

ମନ କି ବାତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପିଏମ୍ ମୋଦୀ କହିଥିଲେ କି, ସ୍ବତନ୍ତ୍ରତା ସଂଗ୍ରାମ ସମୟରେ ସମସ୍ତ କ୍ଷେତ୍ରରୁ ବହୁ ଲୋକ ଆସିଥିଲେ ହୋଇପାରେ ତାଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିଲା । ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ଭାରତର ସ୍ବାଧିନତା ପାଇଁ ସମର୍ପିତ କରିଦେଇଥିଲେ । ଆଜି ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ଲାଗି ଆମେ ସେହି ଭାବନାକୁ ପୁଣି ଥରେ ଉଜାଗର କରିବାର ଜରୁରୀ ଅଛି ।

ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି, ‘ଚଳିତ ବର୍ଷ ମୁଁ ଲାଲ୍‌କିଲ୍ଲାରୁ ଏକ ଲକ୍ଷ ଯୁବକଙ୍କୁ ରାଜନୈତିକ ପୃଷ୍ଠଭୂମି ବିନା ରାଜନୈତିକ ବ୍ୟବସ୍ଥାରେ ଯୋଡ଼ିବାକୁ ଏକ ଆହ୍ବାନ ଦେଇଛି। ଏହା ଉପରେ ମୋତେ ଜବରଦସ୍ତ ପ୍ରତିକ୍ରିୟା ବି ମିଳିଛି। ଏଥିରୁ ଜଣାପଡୁଛି ଆମ ଦେଶର ଅନେକ ଯୁବକ ରାଜନୀତିରେ ପ୍ରବେଶ କରିବାକୁ ପ୍ରସ୍ତୁତ ଅଛନ୍ତି। ସେମାନେ କେବଳ ଉପଯୁକ୍ତ ସୁଯୋଗ ଏବଂ ସଠିକ ମାର୍ଗଦର୍ଶନ ଖୋଜୁଛନ୍ତି। ପରାମର୍ଶ ପଠାଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ମୁଁ ଆଶା କରୁଛି ଯେ, ବର୍ତ୍ତମାନ ଆମର ସାମୂହିକ ଉଦ୍ୟମ ସହିତ ରାଜନୈତିକ ପୃଷ୍ଠଭୂମି ନ ଥିବା ଭଳି ଯୁବକମାନେ ମଧ୍ୟ ରାଜନୀତିରେ ଆଗକୁ ବଢ଼ିପାରିବେ, ସେମାନଙ୍କ ଅଭିଜ୍ଞତା ଏବଂ ସେମାନଙ୍କର ଉତ୍ସାହ ହେବ ଦେଶ ପାଇଁ ଉପଯୋଗୀ।

 

Comments are closed.