ନୂଆଦିଲ୍ଲୀ: ସ୍ମାର୍ଟଫୋନ ପରେ ଏବେ ଯୁବ ପିଢ଼ୀଙ୍କୁ ସ୍ମାର୍ଟ ୱାଚ ବେଶ ଆକୃଷ୍ଟ କରୁଛି । ୧୦୦୦ ଟଙ୍କାରୁ ଏହା ଆରମ୍ଭ ହେଉଥିବାରୁ ସହଜରେ ସମସ୍ତେ କିଣି ପାରୁଛନ୍ତି । ତେବେ ଏହି ସ୍ମାର୍ଟୱାଚର ବ୍ରେସଲେଟକୁ ନେଇ ଏକ ଚାଂଚଲ୍ୟକର ଖୁଲାସା ହୋଇଛି । ଫ୍ଲୋରିଡା ଆଟଲାଂଟିକ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏକ ଗବେଷଣାରେ ସ୍ପଷ୍ଟ ହୋଇଛି ଯେ, ଏହି ବ୍ରେସଲେଟଗୁଡିକରେ ଜୀବାଣୁ ସଂଖ୍ୟା ମାତ୍ରାଧିକ ରହୁଛି । ଏପରିକି ଏକ ପାଇଖାନା ପ୍ୟାନ ତୁଳନାରେ ଏଥିରେ ଅଧିକ ଜୀବାଣୁ ରହୁଛନ୍ତି । ପ୍ଲାଷ୍ଟିକ, ରବର, କନା, ଚମଡା, ସୁନା ଓ ରୂପା ସ୍ମାର୍ଟୱାଚ ଷ୍ଟ୍ରିପରେ ତଳେ ଝାଳ ଏବଂ ମଇଳା ଯୋଗୁ ଜୀବାଣୁ ସଂଖ୍ୟା ବୃଦ୍ଧି ପାଉଛି । ଏହା ଉପରକୁ ବିଶେଷ ନଜର ଦିଆ ଯାଉ ନ ଥିବାରୁ ସେଠାରେ ସେମାନେ ତାଙ୍କ ସଂଖ୍ୟା ସହଜରେ ବିସ୍ତାର କରିପାରୁଛନ୍ତି ।
ଗବେଷଣାରେ ୮୫ ପ୍ରତିଶତ ବ୍ୟାଣ୍ଡରୁ ଷ୍ଟାଫିଲୋକୋକସ ଜୀବାଣୁ ମିଳିଛି । ଯାହାକି ସହଜରେ ମଣିଷକୁ ସଂକ୍ରମିତ କରିଥାଏ । ୬୦ ପ୍ରତିଶତ ଷ୍ଟ୍ରିପରେ ଇ କଏଲ ଏବଂ ୩୦ ପ୍ରତିଶତ ବ୍ରେସଲେଟରେ ସେଉଡୋମୋନାସ ଏସପିପି ଜୀବାଣୁ ମିଳିଛି । ସେପସିସ ଓ ନିମୋନିଆ ପରି ରୋଗକୁ ଏହି ଜୀବାଣୁ ସହଜରେ ଶରୀର ମଧ୍ୟରେ ପ୍ରବେଶ କରାଇଥାନ୍ତି । ବ୍ୟାଣ୍ଡଗୁଡିକ ବାରମ୍ବାର ସଫା କରିବା ସହିତ ସାନିଟାଇଜ ନ କଲେ ଏହା ଅନେକ ରୋଗର କାରଣ ସାଜିବ ବୋଲି ଗବେଷକମାନେ ଚେତାଇ ଦେଇଛନ୍ତି ।
Comments are closed.