Latest Odisha News

ସୁନ୍ଦରଗଡ: ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ

ରାଉରକେଲା : ସୁନ୍ଦରଗଡ ଜିଲ୍ଲାରେ ଜଣେ ୪ ବର୍ଷୀୟ ନାବାଳିକାକୁ ଚକୋଲେଟ୍ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଘଟଣାରେ ପୋଲିସ ଗୁରୁବାର ଦିନ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ।

ଅଭିଯୁକ୍ତ ଜଣଙ୍କ ରାଇବଗା ଥାନା ଅନ୍ତର୍ଗତ ଗୋପପୁର ଗ୍ରାମର ସଞ୍ଜୟ ଡୁଙ୍ଗଡୁଙ୍ଗ (୩୦) ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଅଭିଯୁକ୍ତ ସଞ୍ଜୟ ଜଣେ ନାବାଳିକାକୁ ବୁଧବାର ଦିନ ସନ୍ଧ୍ୟାରେ ଚକୋଲେଟ ଦେବାର ପ୍ରଲୋଭନ ଦେଖାଇ ନିକଟସ୍ଥ ଏକ ପଡିଆକୁ ନେଇଯାଇ ଦୁଷ୍କର୍ମ କରିଥିଲା ଏବଂ ଅଚେତନ ଅବସ୍ଥାରେ ସେଠାରେ ତାକୁ ଛାଡି ଚାଲି ଯାଇଥିଲା ।

ଅନ୍ୟପକ୍ଷରେ ସ୍ଥାନୀୟ ଲୋକମାନେ ଶିଶୁଟିକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପରବର୍ତ୍ତୀ ସମୟରେ ପିଡିତା ନାବାଳିକାକୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.