Latest Odisha News

BREAKING NEWS

୧୦ ଡ଼ିଗ୍ରୀ ପାରଦ ତଳେ ୧୨ଟି ସହରର ତାପମାତ୍ରା, ଓଡ଼ିଶାରେ ପ୍ରବଳ ଶୀତ ଜାରି

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଶୀତ ଲହରୀ ଜାରି ରହିଥିବା ବେଳେ ଗୁରୁବାର ଦିନ ରାଜ୍ୟର ୧୨ଟି ସହରର ପାରଦ ୧୦ ଡ଼ିଗ୍ରୀ ତଳକୁ ଖସିଥିବା ରେକର୍ଡ଼ କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ ଫୁଲବାଣୀ ସବୁଥର ପରି ରାଜ୍ୟର ସବୁଠୁ ଶୀତଳ ଅଞ୍ଚଳ ଭାବେ ସର୍ବନିମ୍ନ ୬.୮ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି ।

ତେବେ ରାଜ୍ୟର ଯେଉଁ ଅନ୍ୟ ଯେଉଁସବୁ ସ୍ଥାନର ତାପମାତ୍ରା ୧୦ ଡ଼ିଗ୍ରୀ ସେଲସିୟସରୁ ତଳେ ରହିଛି ସେହି ସ୍ଥାନଗୁଡ଼ିକ ହେଲା – ଦାରିଙ୍ଗିବାଡ଼ି (୮), ସୋନପୁର (୮.୪), ଟିଟିଲାଗଡ଼ (୯), ଭବାନୀପାଟଣା (୯.୩), ହୀରାକୁଦ (୯.୬), ସୁନ୍ଦରଗଡ଼ (୮.୫), କେନ୍ଦୁଝର (୯.୪), ଝାରସୁଗୁଡ଼ା (୮.୬), ଅନୁଗୁଳ (୮) ଏବଂ ବାଲେଶ୍ୱର (୯.୯) ଡ଼ିଗ୍ରୀ ସେଲସିୟସ ।

ଏହା ବ୍ୟତୀତ, ଯେଉଁସବୁ ସହର ଗୁଡ଼ିକ ୧୨ ଡ଼ିଗ୍ରୀ ତଳେ ରହିଛି ସେହି ସହର ଗୁଡ଼ିକ ହେଲା – କୋରାପୁଟ (୧୦.୬), ତାଳଚେର (୧୦.୩), ବାରିପଦା (୧୦.୪), ଭୁବନେଶ୍ୱର (୧୧.୫), କଟକ (୧୧.୪) ଏବଂ ଚାନ୍ଦବାଲି (୧୧.୮) ଡ଼ିଗ୍ରୀ ସେଲସିୟସ ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସଦ୍ୟ ସୂଚନାନୁଯାୟୀ ଆସନ୍ତା ୪୮ ଘଣ୍ଟା ଧରି ରାଜ୍ୟରେ ଶୀତ ଲହରୀ ଜାରି ରହିବ । ଅର୍ଥାତ୍ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ହ୍ରାସ ଘଟିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.