Latest Odisha News

BREAKING NEWS

ଫ୍ୟାଶନରେ ଷ୍ଟାଇଲିସ୍ ୱାଚ୍…

ଭୁବନେଶ୍ୱର : ସଫଳତା ପାଇବାକୁ ହେଲେ ସମୟ ଉପଯୋଗୀ ରହିବା ନିହାତି ଆବଶ୍ୟକ । ଏଥିପାଇଁ ଆଧୁନିକ ଟେକ୍ନୋଲୋଜି ତଥା ମୋବାଇଲ୍ ଯୁଗରେ ମଧ୍ୟ ଲୋକମାନେ ହାତ ଘଣ୍ଟାକୁ ଭୁଲି ନାହାନ୍ତି।

ଖାସ୍ କରି ଯୁବପିଢି ମଧ୍ୟରେ ନୂଆ ବ୍ରାଣ୍ଡ୍ ଓ ନୂଆ ଡିଜାଇନର ହାତ ଘଣ୍ଟା ର କ୍ରେଜ୍ ସବୁବେଳେ ଦେଖିବାକୁ ମିଳିଥାଏ । ସ୍ୱିସ୍ ଇଗଲ୍, ଜିଓ କଲେକ୍ସନ୍, ଏଫ୍ ଜୋର୍ଡ, ଟାଇଟନ୍, ଜିଓଡାନୋ ଓ ରୋଲେକ୍ସ୍ ପରି ଅନେକ ବ୍ରାଣ୍ଡ୍ ସମସ୍ତଙ୍କୁ ଆର୍କଷିତ କରିଥାଏ ।

ଏହି ହାତ ଘଣ୍ଟା ଗୁଡିକର ମୂଲ୍ୟ ପାଖାପାଖି ୫୪୫୦ ରୁ ଆରମ୍ଭ କରି ୨୨.୨୫୦ ଟଙ୍କା ତଥା ତା’ଠାରୁ ଅଧିକ ରହିଛି । କଳା, ଧଳା,ବ୍ଲୁ , ଲେଦର, ମେଟାଲ୍, ପ୍ଲାଷ୍ଟିକ୍ ଏବଂ ବ୍ରାଉନ୍ ରଙ୍ଗର ଘଡି ବଜାରରେ ଉପଲବ୍ଧ । ଫାଷ୍ଟଟ୍ରାର୍କ, ଟାଇମେକ୍ସ, କାସିଓ, ସିଟିଜେନ୍ ପରି ବ୍ରାଣ୍ଡର ଏହି ଘଡି ଗୁଡିକର ଦାମ୍ ୨୦୦୦ ଟଙ୍କାରୁ ଆରମ୍ଭ କରି ୧୦.୦୦୦ ପର୍ଯ୍ୟନ୍ତ ରହିଛି ।

ଆଜିକାଲି ବଜାରରେ ବିଭିନ୍ନ ରଙ୍ଗ ସହିତ ଅନେକ ଡିଜାଇନ୍ ର ଘଡି ମଧ୍ୟ ବଜାରକୁ ଆସୁଛି । ଜାଣନ୍ତୁ କିଛି ଷ୍ଟାଇଲିସ୍ ଡିଜାଇନ୍ ର ୱାଚ୍ ବିଷୟରେ…

ଚେନ୍ ରିଷ୍ଟ୍ ୱାଚ୍- ବିଭିନ୍ନ ଡିଜାଇନର ଘଡି ମଧ୍ୟରୁ ଏହା ଅନ୍ୟତମ ଡିଜାଇନ । ଏଥିରେ ଚେନ୍ ଲାଗିଥାଏ, ଉଭୟ ଫର୍ମାଲ ଓ କାଜୁଆଲ୍ ଡ୍ରେସ୍ ସହ ପିନ୍ଧାଯାଇପାରିବ । ଏହା ସବୁବେଳେ ପୁଅମାନଙ୍କ ମୁଖ୍ୟ ଆର୍କଷଣ ପାଲଟିଥାଏ । ଏହା ଆପଣଙ୍କୁ ଏକ ଏଲିଗେଣ୍ଟ୍ ଲୁକ୍ ଦେଇଥାଏ ।

ମେଟାଲ୍ ୱାଚ୍- ଏହି ଘଡି ଉଭୟ ଗୋଲ୍ଡ ଓ ମେଟାଲ୍ ରଙ୍ଗ ମିଶ୍ରଣର ହୋଇଥାଏ । ଏହା ଷ୍ଟାଇଲିସ୍ ଦେଖାଯିବା ସହିତ ପ୍ରେସିଅସ୍ ଲାଗିଥାଏ, ଏହାର ଘଣ୍ଟା ଓ ମିନିଟ୍ କଣ୍ଟା ଗୋଲ୍ଡେନ୍ ରଙ୍ଗର ହୋଇଥିବାରୁ ଅଧିକ ଷ୍ଟାଇଲିସ୍ ଓ ଟ୍ରେଣ୍ଡି ଲାଗିଥାଏ ।

ଏଫ୍ ଜୋର୍ଡ ୱାଚ୍- ଏହି ଡିଜାଇନ୍ର ଏକ ଟ୍ରେଣ୍ଡ୍ ରହିଛି ଯୁବପିଢି ମଧ୍ୟରେ । ଏହାର ଡାଏଲ୍ ଧଳା ରଙ୍ଗର ହୋଇଥିବା ବେଳେ ଗୋଲ୍ଡ ଓ ମେଟାଲ୍ ମିଶା ରଙ୍ଗର ଫିତା ହେଇଥାଏ, ଏଫ୍ ଜୋର୍ଡ ୱାଚର ବଜାର ମୂଲ୍ୟ ୬୪୫୦ ରହିଥିବା ବେଳେ ଏହା ଏକ ପ୍ରଫେସନାଲ୍ ଲୁକ୍ ଦେଇଥାଏ ।

ଏହି ସବୁ ଘଣ୍ଟା ଗୁଡିକୁ ଆପଣ କାଜୁଆଲ୍, ପ୍ରଫେସନାଲ ଓ କକଟେଲ୍ ପାର୍ଟି ରେ ମଧ୍ୟ ପିନ୍ଧିପାରିବେ ।

Leave A Reply

Your email address will not be published.