Latest Odisha News

BREAKING NEWS

ପୂର୍ବତଟ ରେଳବାଇର ସ୍ୱତନ୍ତ୍ର ଗ୍ରୀଷ୍ମକାଳୀନ ‘ସନ୍ତ୍ରାଗାଛି-ଚେନ୍ନାଇ’ଟ୍ରେନ

ଭୁବନେଶ୍ୱର : ଗ୍ରୀଷ୍ମ ଋତୁ ସମୟରେ ଅଧିକ ଯାତ୍ରୀଭିଡ଼କୁ ଏଡ଼ାଇବାପାଇଁ ରେଳବାଇ ପକ୍ଷରୁ ପୂର୍ବତଟ ପରିସୀମାରୁ ଓ ଏହାର ମଧ୍ୟଦେଇ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ସନ୍ତ୍ରାଗାଛି-ଚେନ୍ନାଇ ଚଳାଚଳ କରାଯାଉଅଛି ।

୦୧୮୪୧/୦୧୮୪୨ ସନ୍ତ୍ରାଗାଛି-ଚେନ୍ନାଇ ସେଣ୍ଟ୍ରାଲ-ସନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ ଚଳିତ ଏପ୍ରିଲ ମାସ ୧୨ ତାରିଖ ଠାରୁ ଜୁନ ମାସ ୨୮ ତାରିଖ ମଧ୍ୟରେ ସନ୍ତ୍ରାଗାଛି ଚଳାଚଳ କରିବ । ଏହା ପ୍ରତି ଶୁକ୍ରବାର ଅପରାହ୍ନ ୧୨ ଘ.୪୦ମି. ରେ ଛାଡୁଥିବାବେଳେ ଏହା ଚେନ୍ନାଇ ସେଣ୍ଟ୍ରାଲ ଠାରୁ ଏପ୍ରିଲ ମାସ ୧୩ ତାରିଖ ଠାରୁ ଜୁନ ମାସ ୨୯ ତାରିଖ ମଧ୍ୟରେ ପ୍ରତି ଶନିବାର ସନ୍ଧ୍ୟା ୬ ଘ.୨୦ମି ରେ ଛାଡିବ।

ଏହି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନରେ ଚାରିଟି ଏସି-୨ ଟାୟାର, ପାଞ୍ଚଟି ଏସି-୩ଟାୟର, ଚାରିଟି ସ୍ଲିପର କ୍ଲାସ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ୍ରୁ ଉପଲବ୍ଧଥିବାବେଳେ ଏହା ସନ୍ତ୍ରାଗାଛି ଓ ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ ଖଡ଼ଗପୁର, ଭଦ୍ରକ, ଯାଜପୁର, କେନ୍ଦୁଝର ରୋଡ଼, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର, ବିଜୟନଗରମ, ଦୁଭାଡା, ରାଜମହେନ୍ଦ୍ରୀ, ବିଜୟୱାଡା, ନେଲୋର ଓ ଗୁଡ଼ୁର ଷ୍ଟେସନ ଠାରେ ରହଣି କରିବ।

ଏହା ବ୍ୟତୀତ ଯାତ୍ରୀ ଭିଡକୁ ନଜର ଦେଇ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଯୋଜନା ଥିବାବେଳେ ବହୁଗୁଡ଼ିଏ ଗୁରୁତ୍ୱପୂର୍ଣ ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗ ପାଇଁ ମଧ୍ୟ ଯୋଜନା କରାଯାଇଅଛି ଯାହା ଫଳରେ ଅଧିକ ବର୍ଥ ଶୃଷ୍ଟିକରଯାଇପାରିବ।

ପୂର୍ବରୁ ରେଳବାଇ ପକ୍ଷରୁ ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଘୋଷଣା କରାଯାଇଥିଲା ବେଳେ ଏବେ ଆହୁରି ଏକ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଗ୍ରୀଷ୍ମ ସମୟରେ ଚଳାଚଳ ପାଇଁ ନିଷ୍ପତ୍ତି ନିଆଗଲା ଯାହାକି ସନ୍ତ୍ରାଗାଛି ଓ ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ ଚଳାଚଳ କରିବ।

ପୂର୍ବରୁ ଚଳାଚଳ କରୁଥିବା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ଗୁଡିକ ହେଲା –

ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ଏସି ସ୍ୱତନ୍ତ୍ର ଟ୍ରେନ, ଶାଲିମର-ପୁରୀ-ଶାଲିମର ଏସି ସ୍ୱତନ୍ତ୍ର ଟ୍ରେନ, କାଚେଗୁଡା-ବିଶାଖାପାଟଣା-କାଚେଗୁଡା ସ୍ୱତନ୍ତ୍ର ଟ୍ରେନ, ହାଇଦ୍ରାବାଦ-ଶ୍ରୀକାକୁଲମ-ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନ, ପୁରୀ-ସନ୍ତ୍ରାଗାଛି-ପୁରୀ, ପୁରୀ-ହବିବଗଞ୍ଜ-ପୁରୀ, ଅନୁଗୁଳ ଓ ଭଦ୍ରକ ମାର୍ଗ ଦେଇ ସମ୍ବଲପୁର-ଶାଲୀମାର-ସମ୍ବଲପୁର, ରାଇଗଡ଼-ସମ୍ବଲପୁର-ରାଇଗଡ଼, ସମ୍ବଲପୁର-ବନସବାଡ଼ି-ସମ୍ବଲପୁର ଭାୟା ରାୟଗଡା, ପୁଡୁଚେରୀ-ସନ୍ତ୍ରାଗାଛି-ପୁଡୁଚେରୀ, ଚେନ୍ନାଇ-ସନ୍ତ୍ରାଗାଛି-ଚେନ୍ନାଇ, ଭୁବନେଶ୍ୱର ଓ କେନ୍ଦୁଝର ମାର୍ଗ ଦେଇ କାଚେଗୁଡା-ଟାଟା-କାଚେଗୁଡା, ବିଶାଖାପାଟଣା-ସିକନ୍ଦରାବାଦ, ବିଶାଖାପାଟଣା-ତିରୁପତି ଇତ୍ୟାଦି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ।

Leave A Reply

Your email address will not be published.