ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ କରିବା ଓ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ଶାସକ ବିଜୁ ଯୁବ ଜନତା ଦଳ ଜିଲ୍ଲା ସମ୍ପାଦକ (ଗଞ୍ଜାମ ) ପି. ଜଗା ରାଓ ରେଡ୍ଡୀକୁ ବୁଧବାର ଗିରଫ୍ କରିଛି। ମିଳିଥିବା ସୂଚନା ଅନୁଯାଇ, ସୋରଳ ଗାଁର ମହିଳା ଜଣକ ଗତ ୪ ତାରିଖ ରାତିରେ ଖାଇପିଇ ଶୋଇଥିଲେ । ରାତି ପ୍ରାୟ ୧୧ଟା ବେଳେ ଜଗା ରାଓ ରେଡ୍ଡୀ ଘରର ଟିଣ କବାଟ ଭାଙ୍ଗି ପଶିବା ସହ ମହିଳାଙ୍କ ବସ୍ତ୍ର ଖୋଲିବାକୁ ଉଦ୍ୟମ କରୁଥିବା ବେଳେ ସେ ଉଠିପଡ଼ି ପ୍ରତିବାଦ କରିବା ସହ ଚିତ୍କାର କରିଥିଲା । ଏଥିରେ ଜଗା ଉତକ୍ଷିପ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲା । ପାଟିଶୁଣି ମହିଳାଙ୍କ ସ୍ଵାମୀ ଉଠିପଡ଼ିବା ସହ ପ୍ରତିରୋଧ କରିଥିଲେ । ଏଥିରେ ଜଗା ଉତ୍ତେଜିତ ହୋଇ ତାଙ୍କ ଜାତିକୁ ଆକ୍ଷେପ କରି ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଵା ସହ ଯଦି ଘଟଣା ସମ୍ପର୍କରେ କାହାକୁ କହିବୁ ଜୀବନରେ ମାରିଦେବି ବୋଲି ଧମକ ଦେଇ ଚାଲିଯାଇ ଥିଲେ।ଏନେଇ ଉଭୟଙ୍କ ମଧ୍ୟରେ ଗ୍ରାମରେ ଆଲୋଚନାରେ ବିଫଳ ହେବାରୁ ଅଭିଯୋଗ ପହଞ୍ଚିଲା ଥାନାରେ।ଗୋଳନ୍ଥରା ଥାନାରେ ମହିଳାଙ୍କ ସ୍ୱାମୀ ଲିଖିତ ଏତଲା ଦେବା ପରେ ପୋଲିସ କେଶ ନଂ୪୪୫/୨୨ରେ ଏକ ମାମଲା ରୁଜୁ କରିବା ସହ ଜଗା ରାଓକୁ ଥାନାରେ ଗୋଟିଏ ଦିନ ଅଟକ ରଖି ଘଟଣାର ତଦନ୍ତ ପରେ ବୁଧବାର କୋର୍ଟ ଚାଲାଣ କରିଥିଲା।
BREAKING NEWS
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
- ‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
- ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
Comments are closed.