Latest Odisha News

BREAKING NEWS

ଦୁର୍ଘଟଣାରେ ଜିଅନ୍ତା ଜଳିଗଲେ ଯୁବକ, ୨ ଅର୍ଦ୍ଧଦଗ୍ଧ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ମା’ ରତ୍ନେଶ୍ୱରୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରକ ସହ ବାଇକ୍‌ ଧକ୍କା ହେବା ଫଳରେ ବାଇକ୍‌ ସହ ଜଣେ ଯୁବକ ଜିଅନ୍ତା ଜଳି ଯାଇଛନ୍ତି । ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଅନ୍ୟ ୨ ଜଣ ଯୁବକ ମଧ୍ୟ ଅର୍ଦ୍ଧଦଗ୍ଧ ହୋଇଥିବା ଜଣାପଡିଛି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକ ଦୁଇ ଜଣଙ୍କୁ ପ୍ରଥମେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ତଦନ୍ତ ଆରମ୍ଭ କରିଛି । ମୃତକ ଏବଂ ଆହତ ୨ ଯୁବକଙ୍କ ପରିଚୟ ମିଳିପାରି ନଥିବାବେଳେ, ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ ଏବଂ ବାଇକ କୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Comments are closed.