ପୁରୀ: ପୋଲିସର ନିର୍ଯାତନା ଅସହ୍ୟ ହେଲା। ଶେଷରେ ନିଜ ଜୀବନ ହାରିଲେ ଯୁବକ। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ନିମାପଡାରୁ। ପୋଲିସର ନିର୍ଯାତନା ସହି ନପାରି ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଅନ୍ୟପଟେ ନ୍ୟାୟ ଦାବିରେ ଗ୍ରାମବାସୀ ଥାନା ଆଗରେ ଧାରଣା ଦେଇଛନ୍ତି।। ପୁରୀ ଜିଲ୍ଲା ନିମାପଡା ଥାନା ଆଗରେ ମୃତଦେହ ରଖି ନ୍ୟାୟ ଦାବିରେ ଗ୍ରାମବାସୀ।
ସୂଚନା ଅନୁସାରେ ନିମାପଡା ଡ଼ିହବାରୀ ଅଞ୍ଚଳର ଯୁବକ ସୁବ୍ରତ ଭୋଇକୁ ଜଣେ ନାବାଳିକା ଅପହରଣ ମାମଲାରେ ପୋଲିସ ଥାନାକୁ ଉଠାଇ ଆଣିଥିଲା। ହେଲେ ଆଜି ସକାଳେ ଗାଁ ପଡିଆର ଏକ ଗଛରୁ ଯୁବକଙ୍କ ଜୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ମିଳିଲା। ପୋଲିସର ନିର୍ଯାତନା ସହିନପାରି ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ନ୍ୟାୟ ଦାବିରେ ମୃତଦେହ ରଖି ଥାନା ଆଗରେ ବସି ରହିଛନ୍ତି ଶତାଧିକ ଗ୍ରାମବାସୀ। ଅନ୍ୟପଟେ ପୋଲିସ କହିଛି ଯୁବକକୁ ଥାନାକୁ ଅଣାଯାଇ ନଥିଲା। ପରିବାର ଲୋକ ମିଛ ଅଭିଯୋଗ କରୁଛନ୍ତି ବୋଲି ନିମାପଡା ଏସଡିପିଓ କହିଛନ୍ତି। ଏହି ଘଟଣାକୁ ନେଇ ଥାନା ମୁଖ୍ୟ ଗେଟ ତାଲା ପକାଇବା ଶହ ନିମାପଡା ଥାନାରେ ଉତେଜନା ଦେଖା ଦେଇଛି।
Comments are closed.