Latest Odisha News

BREAKING NEWS

ପାକିସ୍ତାନରେ ବିଜୁଳି, ପେଟ୍ରୋଲ ଓ ଚିନି ସମସ୍ୟା ପରେ ଏବେ ପାଣି ପାଇଁ ହାହାକାର

ନୂଆଦିଲ୍ଲୀ: ସାରା ବିଶ୍ବରେ ଚନ୍ଦ୍ରାଯାନ୍-୩, ଆଦିତ୍ୟ ଏଲ୍-୧, ଜି-୨୦ ସମ୍ମିଳନୀ ଓ ଗଦର-୨ ସିନେମା ଆଦି ଭାରତର ସଫଳତା ଓ ଉପଲବ୍ଦ୍ଧିକୁ ନେଇ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଭାରତରେ ମଧ୍ୟ ୨୦୨୪ ନିର୍ବାଚନକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। କିନ୍ତୁ ଆମ ପଡୋଶୀ ଦେଶ ପାକିସ୍ତାନ ବିଷୟରେ ଚର୍ଚ୍ଚାର ଅର୍ଥ ସେଠାରେ କିଛି ନା କିଛି ସମସ୍ୟାର ଖବର ସାମ୍ନାକୁ ଆସିବା।

ତେବେ ଦାରିଦ୍ର୍ୟତା ପାକିସ୍ତାନର ପିଛା ଛାଡୁନାହିଁ । ସେଠାରେ ନିତି ନୂଆ ନୂଆ ସମସ୍ୟା ସାମ୍ନାକୁ ଆସୁଛି। ପ୍ରତ୍ୟେକ ଦିନ ପାକିସ୍ତାନର ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ସାମ୍ନାକୁ ଆସୁଛି। ବିଜୁଳି, ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ଜାତୀୟ ସମସ୍ୟା ଲୋକଙ୍କ ଚିନ୍ତା ବଢାଉଛି । ଏଥି ସହିତ ଗହମ ଓ ଚିନିର ସମସ୍ୟା ସାଙ୍ଗକୁ ପାଣି ସମସ୍ୟାର ମଧ୍ୟ ଶିକାର ହେଉଛନ୍ତି ସାଧାରଣ ଜନତା ।

ସୂଚନା ଅନୁଯାୟୀ ପାକିସ୍ତାନର ଏକ ବଡ ସହର କରାଚିର ଧାବଜୀ ପମ୍ପିଂ ଷ୍ଟେସନରେ ବିଜୁଳି ସମସ୍ୟା କାରଣରୁ ସହରରେ ଜଳ ଯୋଗାଣ ବ୍ୟାହତ ହୋଇଛି। ଧାବଜୀ ପମ୍ପିଂ ଷ୍ଟେଶନ ଦେଇ କରାଚିର ସମସ୍ତ ଅଞ୍ଚଳକୁ ଜଳ ଯୋଗାଇ ଦିଆଯାଉଛି। କିନ୍ତୁ ଏଠାରେ ବିଜୁଳି ସମସ୍ୟା ଦେଖାଦେଇଥିବାରୁ କରାଚିବାସୀଙ୍କୁ ଜଳ ଅଭାବର ସାମ୍ନା କରିବାକୁ ପଡୁଛି ବୋଲି ଖବର ମିଳିଛି।

Leave A Reply

Your email address will not be published.