Latest Odisha News

BREAKING NEWS

ଯୁବ କଂଗ୍ରେସ ଓ ଏନଏସୟୁଆଇ ପକ୍ଷରୁ କ୍ରୀଡ଼ା ସଚିବ ବିଶାଲ ଦେବଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଗୁରୁବାର ଦିନ ଯୁବ ଓ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରି କ୍ରୀଡ଼ା ସଚିବ ବିଶାଲ ଦେବଙ୍କ କୁଶପୁତ୍ତଳିକା ଦାହ କରିବା ଭଳି ଘଟଣା ନଜରକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ତଥା ହକି ବିଶ୍ୱକପର ଉଦଘାଟନୀ ଉତ୍ସବର ଟିକେଟ୍ ବିକ୍ରି ନାମରେ ଲୋକଙ୍କୁ ଭଣ୍ଡାଇବା ଆଦି ଘଟଣାରେ ବିକ୍ଷୋଭକାରୀମାନେ ବିଶାଳ ଦେବଙ୍କ କ୍ଷମା ପ୍ରାର୍ଥନା ଦାବି କରି ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏନଏସୟୁଆଇର ଛାତ୍ର ନେତା କିରଣ ସାହୁ ଏହି ମେଗା ଇଭେଣ୍ଟରେ କୋଟି କୋଟି ଟଙ୍କା ହେରଫେର କରାଯାଇଥିବା ନେଇ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ।

ନଭେମ୍ବର ୨୮ ତାରିଖରେ ହେବାକୁ ଯାଉଥିବା ହକି ଉଦଘାଟନୀ ଟିକେଟ ବିକ୍ରିରେ ଦୁର୍ନୀତି କରାଯାଇଥିବା ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାବ୍ୟତିତ ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କ୍ରୀଡା ସଚିବ ବିଶାଲ ଦେବଙ୍କ ବିରୋଧରେ ସ୍ତେଲାଗାନ ଦେବା ସହ ପୋଲିସ ସହ ଧସ୍ତାଧସ୍ତି କରିଥିଲେ ।

ଅନ୍ୟପକ୍ଷରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ପୋଲିସ କେତେକ ବିକ୍ଷୋଭକାରୀଙ୍କୁ ଥାନାରେ ଅଟକ ରଖିଛି ।

Leave A Reply

Your email address will not be published.