Latest Odisha News

BREAKING NEWS

ପୁରୀ ଓ ଗଞ୍ଜାମରେ ‘ମେଗା ପାନୀୟ ଜଳ ପ୍ରକଳ୍ପ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋମୁଣ୍ଡିଆ ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କ ‘ବସୁଧା’ ଯୋଜନା ଅଧୀନରେ ଥିବା ଏକ ପ୍ରସ୍ତାବିତ ବୃହତ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ଏହି ପ୍ରକଳ୍ପ ଲାଗି ୧୮୩ କୋଟି ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଛି । ଏଥିଲାଗି ପଞ୍ଚାୟତିରାଜ ବିଭାଗ ଓ ପାନୀୟ ଜଳ ବିଭାଗର ମିଳିତ ଉଦ୍ୟମରେ ଗଞ୍ଜାମ ଓ ପୁରୀ ଜିଲ୍ଲାର ଚିଲିକା କୂଳରେ ଅବସ୍ଥିତ ୧୪୭ ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ‘ବସୁଧା ପ୍ରକଳ୍ପ’ର ପରିକଳ୍ପନା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରକଳ୍ପ କାର‌୍ୟ୍ୟକାରୀ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ୯୨ଟି ଗ୍ରାମ ଓ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ୫୫ଟି ଗ୍ରାମରେ ପାନୀୟ ଜଳ ଯୋଗାଣ ହୋଇପାରିବ।

ଏହି ବସୁଧା ପ୍ରକଳ୍ପର ଶିଳାନ୍ୟାସ ଅବସରରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସାଂସଦ ପିନାକୀ ମିଶ୍ର, ବିଧାୟକ ସଞ୍ଜୟ ଦାସବର୍ମା ଏବଂ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.