Latest Odisha News

ଯୁବ କଂଗ୍ରେସ ପକ୍ଷରୁ ମୋଦିଙ୍କ ଜନ୍ମଦିନକୁ ବିରୋଧ, ରାସ୍ତା କଡରେ ବିକିଲେ ଚା’

କେନ୍ଦୁଝର: ଆଜି ଅର୍ଥାତ୍ ସେପ୍ଟେମ୍ବର ୧୭ ତାରିଖ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ବିଜେପି ସେବା ଦିବସ ଭାବେ ପାଳନ କରୁଛି । ଅନ୍ୟପଟେ ଏହାକୁ ବିରୋଧ କରିଛି ଯୁବ କଂଗ୍ରେସ । କେନ୍ଦୁଝର ଜିଲ୍ଲାରେ ଯୁବ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରି ଜାତୀୟ ବେରୋଜଗାର ଦିବସ ଭାବେ ପାଳନ କରାଯାଇଛି l

ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଭି ଶ୍ରୀନିବାସଙ୍କ ଆହ୍ବନ କ୍ରମେ ଓ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ କର୍ମୀମାନେ କଳା ପତାକା ଦେଖାଇ ଚା’ ତିଆରି କରି ବିକ୍ରି କରିଛନ୍ତି ।

ଏହା ସହିତ ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ ଆସିଛି ଯେ, ଶିକ୍ଷିତ ବେକାରୀ ସମସ୍ୟା ବଢିବାରେ ଲାଗିଛି, ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ହେଲେ ମୋଦି ଏଥିପ୍ରତି ଧ୍ୟାନ ନଦେଇ ଦଳର ପ୍ରଚାର ପ୍ରସାରରେ ଲାଗିଛନ୍ତି । ତେଣୁ ଏହାକୁ ବିରୋଧ କରି ଦଳ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

ମୋଦି ବିରୋଧୀ ସ୍ଲୋଗାନ ଦେଇ ଶିକ୍ଷିତ ଯୁବକ ଓ ଯୁବତୀ ଚାକିରୀ କିମ୍ବା ରୋଜଗାର ନ ପାଇ ଶେଷରେ ଚା’ ବିକ୍ରି କରି ଆତ୍ମ ନିର୍ଭରଶୀଳ ହେବୁ ବୋଲି ମୋଦି ସରକାରକୁ କଟୁ ସମାଲୋଚନା କରିଥିଲେ ଯୁବ କଂଗ୍ରେସ l

Leave A Reply

Your email address will not be published.