Latest Odisha News

BREAKING NEWS

ଇଡି କାର୍ଯ୍ୟାଳୟ ଘେରିଲା ଯୁବ କଂଗ୍ରେସ

ଭୁବନେଶ୍ୱର : ଭାରତୀୟ ସମ୍ବିଧାନ ଓ ବିଧି ବ୍ୟବସ୍ଥାକୁ ମୋଦି ସରକାର ପାଦରେ ଦଳି ମକଚି ଚାଲିଛନ୍ତି । ଭାରତ ଭଳି ଏକ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ସ୍ୱେଚ୍ଛାଚାରୀ, ପ୍ରତିହିଂସାପରାୟଣ ଓ ଅସହିଷ୍ଣୁ ଶାସନ ଚଳାଇ ଦେଶବାସୀଙ୍କୁ ଏକ ଭୟଙ୍କର ବିପଦ ଆଡକୁ ଟାଣିନେଉଛନ୍ତି । ମୋଦି ସରକାର ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି କଂଗ୍ରେସକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏଥିରେ ସେ ସଫଳ ହେବେ ନାହିଁ ବୋଲି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କା କହିଛନ୍ତି ।

ଦେଶର ଗୋଟିଏପରେ ଗୋଟିଏ ସ୍ୱାଧୀନ ଓ ନିରପେକ୍ଷ ସଂସ୍ଥାକୁ ନିଜ ଅଧୀନକୁ ନେଇ ମୋଦି ସରକାର ଏହାର ଦୂରୁପଯୋଗ କରୁଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ଏକ ଆଦର୍ଶ । ଏହି ଆଦର୍ଶକୁ ଅ।।ଜି ମଧ୍ୟ ତୃଣମୂଳ ସ୍ତରରେ ବହୁ ବରିଷ୍ଠ ନାଗରିକ ଜାବୁଡ଼ି ଧରିଛନ୍ତି । ଦେଶର ଶିକ୍ଷିତ ଯୁବପିିଢ଼ି ଓ ବୁଦ୍ଧିଜୀବୀମାନେ କଂଗ୍ରେସର ନୀତି ଓ ଏହାର ନେତା ପୂୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧିଙ୍କ ଉପରେ ଦୃଢ଼ ଆସ୍ଥା ରଖିଛନ୍ତି । ଏହା ଦେଖି ମୋଦି ସରକାର ଅସହିଷ୍ଣୁ ହୋଇପଡ଼ିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଦୂରୁପଯୋଗକରି ବିନା କାରଣରେ ରାହୁଲ ଗାନ୍ଧିଙ୍କ ସମ୍ମାନହାନୀକରିବାକୁ ଅପଚେଷ୍ଟା ଚଳାଇଛନ୍ତି । ବାସ୍ତବରେ ଯେଉଁ ନ୍ୟାସନାଲ ହେରାଲ୍ଡ ଆର୍ଥିକହେରଫେର କଥା କୁହାଯାଉଛି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଏନେଇ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ପୂର୍ବରୁ ବହୁବାର ସ୍ପଷ୍ଟୋକ୍ତି ଦେଇସାରିଛନ୍ତି ।

ଏହାସତ୍ତ୍ୱେ ଦେଶର ସାମ୍ବିଧାନିକ ସଂସ୍ଥା ଇଡିକୁ ନିଜ ଦଳର ଏଜେଣ୍ଟ ଭାବେ ବ୍ୟବହାର କରି ମୋଦି ସରକାର କଂଗ୍ରେସକୁ ଅପମାନିତ କରିବାକୁ ଯେଉଁ ଅପଚେଷ୍ଟା ଚଳାଇଛନ୍ତି ଓ ଅଗ୍ନିପଥ ଭଳି ଏକ ଲକ୍ଷ୍ୟହୀନ ଯୋଜନା ଆଣି ଦେଶର ଯୁବପିିଢ଼ିଙ୍କ ଭବିଷ୍ୟତକୁ ଯେଭଳି ଭାବେ ଅନ୍ଧାରକୁ ଠେଲିଦେବାକୁ ଅପଚେଷ୍ଟା କରୁଛନ୍ତି ତାହାର ପ୍ର୍ରତିବାଦରେ ଆଜି ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରସ୍ଥିତ ଇଡି କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହି ଅବସରରେ ଡ. ଲେଙ୍କା କହିଛନ୍ତି, ୨୦୧୪ ମସିହାଠାରୁ ଯେଭଳି ଭାବେ ବିଜେଡିି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ରୋଶମୂଳକ ଭାବେ ଗାନ୍ଧି ପରିବାର ବିରୋଧରେ ମିଛ ଓ ମନଗଢ଼ା ତଥ୍ୟ ଦେଇ ଇଡି, ସିବିଆଇ ଆଦି ସାମ୍ବିଧାନିକ ସଂସ୍ଥାକୁ ରାଜନୈତିକ ଦଳର ଏଜେଣ୍ଟଭାବେ ଉପଯୋଗ କରୁଛନ୍ତି, ତାହା ଗଣତନ୍ତ୍ରରେ ହୀନମନ୍ୟତାକୁ ଦର୍ଶାଉଛି ।

ବିଜେପି ନେତା ଅମିତ ଶାହଙ୍କ ପୁଅ ଜୟ ଶାହ ୫୦ ହଜାର ଟଙ୍କାରୁ ୮୦ ହଜାର କୋଟି ଟଙ୍କା ଆୟ କରିବା ପଛରେ ବଡ଼ ଧରଣର ଆର୍ଥିକ ଘୋଟାଲା ରହିଥିଲେ ମଧ୍ୟ ଏହାର କୌଣସି ତଦନ୍ତ କରାଯାଉ ନାହିଁ । ଖାଲି ସେତିକି ନୁହେଁ, ବହୁ ବିଜେପି ନେତା ଓ ମନ୍ତ୍ରୀମାନେ ଅନେକ ଆର୍ଥିକ ହେରଫେର ଓ ଦୁର୍ନୀତିରେ ଜଡ଼ିତ ଥିବା ବେଳେ ସେମାନଙ୍କୁ କେବେ ସିବିଆଇ ଓ ଇଡି ଜେରା କରିବ ବୋଲି ଡ. ଲେଙ୍କ ପ୍ରଶ୍ନକରିଛନ୍ତି । ଏଥିସହ ଅଗ୍ନିପଥ ଯୋଜନା ଆଣି ଦେଶର ଯୁବପିିଢ଼ିଙ୍କ ଭବିଷ୍ୟତ ସହ ମୋଦି ସରକାର ଯେଉଁ ଖେଳ ଖେଳୁଛନ୍ତି ତାହାକୁ ସେ ନିନ୍ଦା କରିଛନ୍ତି ।
ଏହି ଅବସରରେ ଶତାଧିକ ଯୁବ କଂଗ୍ରେସ କର୍ମୀ ସିଆରପି ଛକରୁ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାରେ ଯାଇଥିଲେ । ସେମାନେ ନିଜକୁ ମୁଁ ରାହୁଲ ଗାନ୍ଧିର ପରିଚୟ ଦେଇ ରାହୁଲ ଗାନ୍ଧିଙ୍କ ପ୍ର୍ରତି ନୈତିକ ଆସ୍ଥା ଓ ବିଶ୍ୱାସ ପ୍ରତିପାଦନ କରିଥିଲେ । ଏଥିସହ ମୋଦି ସରକାରଙ୍କ ସ୍ୱେଚ୍ଛାଚାରୀ ଓ ଅସହିଷ୍ଣୁ ଶାସନ ବିରୋଧରେ ବହୁ ଶ୍ଲୋଗାନ ଦେଇ ନାରାବାଜୀ କରିଥିଲେ । ଏହି ସମୟରେ ପୁୁଲିସ ସହ ଯୁବ କଂଗ୍ରେସ କର୍ମୀମାନଙ୍କ ଧସ୍ତା ଧସ୍ତି ହୋଇଥିଲା । ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ରାଉତ, ବୀରେନ କୁମାର ଦଳେଇ, ରଞ୍ଜିତ ପାତ୍ର, ସନ୍ତୋଷ ବେହେରା, ରାକେଶ ସାହୁ, ବିଶ୍ୱଜିତ ଲେଙ୍କା, ଆଶୁତୋଷ ଲେଙ୍କା, ରିତୁଲ ମହାରଣା, କହ୍ନେୟାଲାଲ ଶାବତ, ଅକ୍ଷୟ କୁମାର ମଲ୍ଲ, ସୁରଜ କୁମାର ରାଉତ, ଚର୍ଚ୍ଚିତ ମହାଲା ପ୍ର୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.