Latest Odisha News

BREAKING NEWS

ସଞ୍ଜୟ ଲୀଲା ଭଁସାଲୀଙ୍କ ଆଗାମୀ ଫିଲ୍ମରେ ରୋମାନ୍ସ କରିବେ କ୍ରିତି-ଆଦିତ୍ୟ

ମୁମ୍ବାଇ: ସଞ୍ଜୟ ଲୀଲା ଭଁସାଲୀ ତାଙ୍କ ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରିପୋର୍ଟ ମୁତାବକ ଏହି ଫିଲ୍ମରେ କ୍ରିତି ସାନୋନ ଓ ଆଦିତ୍ୟ ରାୟ କାପୁର ରୋମାନ୍ସ କରିବେ । ଉଭୟ କଳାକାର ଏହି ଫିଲ୍ମରେ ଅଭିନୟ କରିବା ପାଇଁ ରାଜି ହୋଇ ସାରିଛନ୍ତି । ଖୁବ ଶୀଘ୍ର ଏ ନେଇ ମେକର୍ସଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଗଙ୍ଗୁବାଇ କାଠିଆୱାଡି ସଫଳତା ପରେ ସଞ୍ଜୟ ଏକ ରୋମାଂଟିକ ଫିଲ୍ମ ନେଇ ଅଂଟା ଭିଡିଛନ୍ତି । ୨୦୧୯ରେ ଧର୍ମା ପ୍ରଡକ୍ସନର କଳଙ୍କ ଫିଲ୍ମରେ ଆଦିତ୍ୟ ଓ କ୍ରିତିଙ୍କ ଏରା ଗୈରା ଗୀତ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।

ହମ ଦିଲ ଦେ ଚୁକେ ସନମ, ଦେବଦାସ, ଗୋଲିୟୋଁ କି ରାସଲୀଲା ରାମଲୀଲା, ବାଜିରାଓ ମସ୍ତାନୀ ଓ ପଦ୍ମାବତ ପରି ଫିଲ୍ମ କରିଥିବା ସଞ୍ଜୟ ବଲିଉଡରେ ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ତାଙ୍କ ଫିଲ୍ମ କ୍ରିତି ଓ ଆଦିତ୍ୟ କୌଣସି ମତେ ଛାଡିବାକୁ ଚାହୁଁ ନାହାନ୍ତି । ନିକଟରେ କରନ ଜୋହରଙ୍କ ୫୦ତମ ଜନ୍ମ ଦିବସ ଅବସରରେ ଏହି ଯୋଡିଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିଭିନ୍ନ ଗୁଜବ ଶୁଣିବାକୁ ମିଳିଥିଲା ।

Leave A Reply

Your email address will not be published.