Latest Odisha News

BREAKING NEWS

ରାଜଧାନୀରେ ପୁଣି ଗୁଳିମାଡ଼; ଯୁବକ ଗୁରୁତର

ଭୁବନେଶ୍ବର: ଅପରାଧୀଙ୍କ ପେଣ୍ଠସ୍ଥଳ ପାଲଟିବାରେ ଲାଗିଛି ରାଜଧାନୀ ଭୁବନେଶ୍ବର। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଡୁମୁଡୁମାରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା। ଆହତ ଯୁବକଙ୍କ ନାମ ଶୁଭମ ସିଂ ବୋଲି ଜଣାପଡିଛି।

ସୂଚନାନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଡୁମୁଡୁମା ବଜାରରେ ଘଟିଛି ଏହି ଅଘଟଣ। ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଗୁଳି ମାଡ ହୋଇଥିବା ଜଣାପଡିଛି। ଏହି ଅଘଟଣ ଘଟିବା ପରର ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।

ଅନ୍ୟପଟେ ଗୁରୁତର ଅବସ୍ଥାରେ ଶୁଭମ ସିଂଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.