Latest Odisha News

BREAKING NEWS

ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର: ମୃତ୍ୟୁ ପୂର୍ବର ଶେଷ ଭିଡିଓ ଭାଇରାଲ୍‌

ଭୁବନେଶ୍ୱର:  ଯାହାକୁ ଭଲ ପାଉଥିଲି, ଶେଷରେ ସେ ଧୋକା ଦେଲା। ସେ ଖାଲି ମୋତେ ଧୋକା ଦେଇ ନାହିଁ, ବରଂ ବହୁତ କଷ୍ଟ ମଧ୍ୟ ଦେଇଛି।  ଆଉ ମାତ୍ର କିଛି ସମୟ ବଞ୍ଚିବି । କେବେବି ଭାବି ନଥିଲି ଏତେ ଶୀଘ୍ର ଦୁନିଆ ଛାଡ଼ି ଚାଲିଯିବି।’… ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ଏଭଳି କିଛି କହିଛନ୍ତି ଜଣେ ଯୁବକ।

କାଇପଦର-ଧଉଳିମୁହଁ ମଧ୍ୟବର୍ତ୍ତୀ ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଯୁବକ ସୌମ୍ୟରଞ୍ଜନ ପରିଡା ବୋଲି ଜଣାପଡ଼ିଛି। କ୍ଷତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ରେଳ ଧାରଣା କଡ଼ରୁ ମିଳିଛି। ସୌମ୍ୟଙ୍କ ମୃତ୍ୟୁ କିପରି ହେଲା ? ରେଳ ଧାରଣା ପାଖକୁ ସୌମ୍ୟ କେମିତି ପହଞ୍ଚିଲେ, ତାହା ଜଣାପଡ଼ିନି। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍ ‌ଆରମ୍ଭ କରିଛି।

Leave A Reply

Your email address will not be published.