Latest Odisha News

BREAKING NEWS

କାରକୁ କଏନ୍‌ରେ ସଜ୍ଜେଇଲେ ଯୁବକ

ଦୁନିଆରେ ଅନେକ ଲୋକ କିଛି ନୂଆ କରି ଦେଖାଇବାରେ ଆଗ୍ରହ ରଖନ୍ତି । ଏପରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରନ୍ତି । ଏପରି ଜଣେ ଯୁବକ ଅଛନ୍ତି ଯିଏ ନିଜ କାରକୁ ନିଆରା ଲୁକ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ପସନ୍ଦ ବି କରିବେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ତାଙ୍କ ସୁଇଫ୍ଟ ଡ଼ିଜାଇର କାରକୁ କଏନ୍‌ରେ ସଜ୍ଜେଇଛନ୍ତି । ଯାହାକୁ ଦେଖିଲେ ମୂଳ କାରକୁ ଚିହ୍ନିବା ଅସମ୍ଭବ । ଏହି କାର ଏବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏଥିରେ ପ୍ରାୟ ୧ ଲକ୍ଷ ଟଙ୍କାର କଏନ ଲଗାଇଛନ୍ତି । ସୋସିଆଲ ମିଡିଆରେ ସେୟାର ହେବା ମାତ୍ରେ ଲୋକମାନେ ଏହି କାରକୁ ମୁଦ୍ରା କାର ନାମରେ ନାମିତ କରିଛନ୍ତି । ଅନେକ ଏହାକୁ ପସନ୍ଦ କରିବା ସହ ମଜାଳିଆ ମନ୍ତବ୍ୟ ଦେଇଛନ୍ତି । କେହି ଦୋକାନରେ କଏନର କାହିଁକି ଅଭାବ ଦେଖାଦେଇଛି ଏଥିରୁ ଅନୁମାନ କରାଯାଇପାରେ ବୋଲି ମତ ଦେଇଥିବା ବେଳେ ଆଉ କିଏ ବୁଲେଟ୍ ପ୍ରୁଫ୍ ଗାଡି ତିଆରି କରିଛ ବୋଲି ମତ ରଖିଛନ୍ତି ।

Comments are closed.