Latest Odisha News

BREAKING NEWS

ଅଜବ ସଉକ: ନିଜ ଚେହେରାକୁ ଦେଲେ ଝଟିପିଟି ରୂପ

ନିଜ ସଉକକୁ ନେଇ କିଛି ନୂଆ କରିବାର ଅଜବ ନିଶା ଅନେକଙ୍କ ପାଖରେ ଥାଏ । କିନ୍ତୁ ନିଜ ଚେହେରାରେ ପ୍ରିୟ ପଶୁପକ୍ଷୀଙ୍କ ରୂପ ଦେବାକୁ ଯାଇ ପ୍ଲାଷ୍ଟିକ ସର୍ଜରୀ ଜରିଆରେ ଚେହେରା ବଦଳାଇବା ନିଶା କ୍ୱଚିତ୍ ଲୋକଙ୍କ ପାଖରେ ଥାଏ । ଏମିତି ଅଜବ ସଉକ ରଖୁଥିବା ବ୍ୟକ୍ତି ହେଉଛନ୍ତି ଏରିକ୍ ସ୍ପ୍ରେଗ୍ ।

ଏରିକ୍ ସ୍ପ୍ରେଗ୍‌ଙ୍କ ଜନ୍ମ ୧୯୭୨ ଜୁନ୍ ୧୨ ତାରିଖରେ । ଆମେରିକାରେ ରହୁଥିବା ଏରିକ୍ ସ୍ପ୍ରେଗ୍ ମଧ୍ୟ ପଶୁପକ୍ଷୀଙ୍କୁ ବହୁତ ଭଲ ପାଉଥିଲେ । ତେବେ କୁକୁର ବିଲେଇ ଅପେକ୍ଷା ତାଙ୍କୁ ଜଙ୍ଗଲୀ ଝିଟିପିଟି ବହୁତ ପସନ୍ଦ ଥିଲା । ତେଣୁ ନିଜ ପୁରା ଶରୀରକୁ ଝିଟିପିଟି ରୂପ ଦେବାରେ କମ୍ କରି ନାହାନ୍ତି । ପୁରା ଶରୀରକୁ ଝିଟିପିଟି ରୂପ ଦେବା ସହ ନିଜ ଜିଭକୁ ଦୁଇ ଭାଗ କରିବା ସହ ସବୁଜ ରଙ୍ଗରେ ରଙ୍ଗୀନ କରିଛନ୍ତି । ଏଥିସହ ପୁରା ଶରୀରକୁ ଝିଟିପିଟି ପରି ସବୁଜ ରଙ୍ଗରେ ଟାଟୁ ମଧ୍ୟ କରିଛନ୍ତି । ଏନେଇ ସେ ଏବେ ସାରା ବିଶ୍ୱରେ ଲିଜର୍ଡ଼ମ୍ୟାନ ଭାବେ ବେଶ୍ ପରିଚିତ । ଏରିକ୍ କୌଣସି ସ୍ଥାନକୁ ଗଲେ ଲୋକେ ତାଙ୍କୁ ଦେଖିବାକୁ ଭିଡ଼ ଜମାଇଥାନ୍ତି । ଏହାବ୍ୟତୀତ ଏରିକ୍ ଜଣେ ଭଲ ଅଭିନେତା । ସେ ନିଆଁ ଖାଇବା, ଖଣ୍ଡା ଗିଳିବା, ହ୍ୟୁମାନ ଡ଼ାର୍ଟବୋର୍ଡ଼ ଏବଂ କୀଟନାଶକ ଭଳି ସାଇଡ଼ ଶୋ ମଧ୍ୟ କରିଥାନ୍ତି । ସେ ନିଜ ବଡ଼ି ମୋଡ଼ିଫିକେସନ ଉପରେ ‘ଇ ଜାଇନ’ ନାମକ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି । ଏରିକ୍ ‘ଲିଜାର୍ଡ଼ ସ୍କାଏନାର୍ଡ଼’ ନାମକ ଏକ ରକ୍ ବ୍ୟାଣ୍ଡର ମାଲିକ ମଧ୍ୟ । ସର୍ବାଧିକ ଓଜନ ଉଠାଇବା ଓ କାନରେ ବଡ଼ କଣା କରି ଜିନିଷ ଉଠାଇ ଗିନିଜ ୱାଲ୍ଡ ରେକର୍ଡ଼ ମଧ୍ୟ କରିଛନ୍ତି ଏରିକ୍ ।

Comments are closed.