ଭୁବନେଶ୍ବର: ଚୋର ସହ ଠେଲାପେଲା ହୋଇଥିବା ବେଳେ ଯୁବକ ଛାତ ତଳକୁ ପଡିଯାଇଥିଲେ । ଏପରି ଛାତିଥରା ଘଟଣା ଘଟିଛି ଭୁବନେଶ୍ବର ସହିଦନଗରରେ । କୋଠାର ଛାତରୁ ପଡି ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି ।
ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିବା ସହ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।
ମିଳିଥିବା ସୂଚନା ଅନୁସରେ, ରାତି ଅଧରେ ସହିଦନଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ପସିଥିଲା ଚୋର । ଚୋରି କରିବା ବେଳେ ଆପାର୍ଟମେଣ୍ଟରେ କାମ କରୁଥିବା ଜଣେ ଯୁବକ ଚୋରକୁ କାବୁ କରିବାକୁ ଯାଇ ଦୁହିଁଙ୍କ ଭିତରେ ହୋଇଥିଲା ଜୋରଦାର ଧସ୍ତାଧସ୍ତି । ଚୋର ଠେଲି ଦେବା ଫଳରେ ଛାତରୁ ଯୁବକ ଖସି ପଡିଥିଲେ । ଯୁବକଙ୍କ ଜୀବନ ଚାଲିଯାଇଛି ।
ଚୋରି କରିବାକୁ ଆସିଥିବା ଯୁବକ ମୁହଁରେ କପଡା ବାନ୍ଧି ପଶିଥିବା ବେଳେ ସିସିଟିଭିରେ କଏଦ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।