Latest Odisha News

BREAKING NEWS

ଶାରିରୀକ ପରୀକ୍ଷା ବେଳେ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ

ଦେବଗଡ଼: ଶାରିରୀକ ପରୀକ୍ଷା ବେଳେ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ । ହୋମଗାର୍ଡ ପରୀକ୍ଷାର ଦୌଡ଼ ପ୍ରତିଯୋଗିତା ସମୟରେ ଅଘଟଣ । ଦେଓଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ଚାଲିଥିଲା ଶାରିରୀକ ପରୀକ୍ଷା । ମୃତକ ଜଣଙ୍କ ହେଉଛନ୍ତି ରିଆମାଳ ଥାନା ଅନ୍ତର୍ଗତ ବୁଡିଦୋ ଗାଁର ପ୍ରଦୀପ ଦେହୁରୀଙ୍କ ପୁଅ ୨୧ ବର୍ଷିୟ ସାହେବ ଦେହୁରୀ  । ଘଟଣାରେ ଦୁଃଖ ପ୍ରକାଶ କରି ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁସାରେ, ଗତକାଲି ହୋମଗାର୍ଡ ପରୀକ୍ଷାର ଶାରିରୀକ ପରୀକ୍ଷା ପାଇଁ ଦେଓଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ଚାଲିଥିଲା ଦୌଡ଼ ପ୍ରତିଯୋଗିତା । ହୋମଗାର୍ଡ ଇଣ୍ଟରଭ୍ୟୁ ଦେବାପାଇଁ ଦେବଗଡ଼ ରିଜର୍ଭ ପୋଲିସ ପଡିଆରେ ପହଞ୍ଚିଥିଲେ ସାହେବ। ପ୍ରଥମେ ଦୌଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । କିନ୍ତୁ ପରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ସାହେବ ।  ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ପ୍ରାୟ ୫ଟା ସମୟରେ ତାଙ୍କର ମୃତ୍ୟୁ ଘଟିଛି।  ପରିବାର ଲୋକେ ଚିକିତ୍ସାରେ ଅବହେଳା ପାଇଁ ସାହେବର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ  ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ଏସପି ଅନିଲ କୁମାର ମିଶ୍ର ପ୍ରକାଶ କରିଛନ୍ତି l

ସେପଟେ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥୋସହ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଅନୁକମ୍ପା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.