Latest Odisha News

BREAKING NEWS

‘ସୋଲେ’ର ବୀରୁ ପରି ଛାତ ଉପରେ ଚଢିଲେ ଯୁବକ, ଦେଲେ ଆତ୍ମହତ୍ୟା ଧମକ

ଭୁବନେଶ୍ୱର: ବଲିଉଡ ଫିଲ୍ମ ‘ସୋଲେ’ରେ ଯେଭଳି ଧର୍ମେନ୍ଦ୍ର (ବୀରୁ) ନିଜ ପ୍ରେମକୁ ପାଇବା ଲାଗି ଛାତ ଉପରକୁ ଚଢି ଆତ୍ମହତ୍ୟା କରିବା ଲାଗି ଧମକ ଦେଇଥିଲେ । ଠିକ୍ ସେହିଭଳି ଏକ ଘଟଣା ଶୁକ୍ରବାର ଦିନ ଦେଖିବାକୁ ମିଳିଛି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ।

ମିଳିଥିବା ସୂଚନାନୁଯାୟୀ କ୍ୟାମ୍ପସ ପରିସରରେ ଥିବା ପରିଜା ଲାଇବ୍ରେରୀର ଛାତ ଉପରେ ଚଢି ଯୁବକ ଜଣକ ଆତ୍ମହତ୍ୟା କରିବା ଲାଗି ଉଦ୍ୟମ କରୁଥିବା ଜଣାପଡିଛି ।

ସମ୍ପୃକ୍ତ ଯୁବକର ପରିଚୟ ଏଯାବତ୍ ସ୍ପଷ୍ଟ ହୋଇନାହିଁ ।

ତେବେ ରିପୋର୍ଟ ଲେଖାଯିବା ବେଳକୁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

 

Leave A Reply

Your email address will not be published.