Latest Odisha News

BREAKING NEWS

ଫରେଷ୍ଟ ଗାର୍ଡ ପରୀକ୍ଷାର ଫିଜିକାଲ ଟେଷ୍ଟ ବେଳେ ଟଳି ପଡ଼ିଲେ ଯୁବକ

ମୟୂରଭଞ୍ଜ: ଚାକିରି କରିବାକୁ ଯାଇଥିଲେ ହେଲେ ଶବ ହୋଇ ଫେରିଲେ। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ସାଇଁକୁଳା ଗ୍ରାମର କୃଷ୍ଣ ଗୋପାଳ ଫରେଷ୍ଟ ଗାର୍ଡ ପରୀକ୍ଷାର ରିଟିନ୍ କ୍ଲିଅର କରିବା ପରେ ଫିଜିକାଲ ଟେଷ୍ଟ ପାଇଁ ବାଲେଶ୍ବର ଯାଇଥିଲେ । ଗତକାଲି ଫିଜିକାଲ ଟେଷ୍ଟ ବେଳେ ଅଚାନକ ଟଳି ପଡ଼ିଲେ। ଏହି ଘଟଣା ପରେ କାନ୍ଦୁଛି ପୁରା ଗାଁ।

ସମସ୍ତଙ୍କ ଆଖିରେ ଲୁହ। କାହା ଆଖିରୁ ଧାର ଧାର ହୋଇ ଗଡି ଯାଉଛି ଲୁହ ତ, ଆଉ କିଏ ମୁହଁକୁ ଚାପି କାନ୍ଦୁଛି। ବାଲେଶ୍ୱରର ପୋଲିସ ଫିଲଡରେ ଦୌଡ଼ ଲଗାଉଥିବା ବେଳେ ଆଉ ମାତ୍ର ଦେଢ କିମି ବାକି ଥାଇ ଅଚାନକ ଟଳି ପଡ଼ିଥିଲେ କୃଷ୍ଣ ଗୋପାଳ। ତାଙ୍କୁ ପ୍ରଥମେ ବାଲେଶ୍ୱର ଏବଂ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପରୀକ୍ଷାରେ ପାସ ହୋଇ ପୁଅ ଫେରିବ। ଚାକିରି ହେଲେ ଘରର ଦୁଃଖ ଦୂର ହେବା ଆଶାରେ ପୁଅର ଫେରିବା ବାଟକୁ ଚାହିଁ ରହିଥିଲେ ପରିବାର। ହେଲେ ସବୁ ସ୍ବପ୍ନ ଅଧା ରହିଗଲା । ଘରକୁ ଫେରିଲା ପୁଅର ମୃତଦେହ। ପୁରା ଗାଁ ଶୋକରେ ଡୁବିଛି। ଗାଁର ଗେହ୍ଲା ପୁଅକୁ ଶେଷ ଥର ଦେଖିବା ପାଇଁ ଗାଁ ମୁଣ୍ଡରେ ଭିଡ଼ ଜମିଛି।

Comments are closed.