Latest Odisha News

BREAKING NEWS

ଦିଲ୍ଲୀରେ ୮୬ ଲକ୍ଷ ଚୋରି କରିବା ଅଭିଯୋଗରେ ଯୁବକ ନୀଳଗିରିରୁ ଗିରଫ

ବାଲେଶ୍ବର: ଦିଲ୍ଲୀରେ ୮୬ ଲକ୍ଷ ଚୋରି କରିବା ଅଭିଯୋଗରେ ଯୁବକ ଜଣକ ନୀଳଗିରିରୁ ଗିରଫ । ଦିଲ୍ଲୀ ପୋଲିସ ଓ ନୀଳଗିରି ପୋଲିସ ମିଳିତ ଚଢ଼ାଉ କରି ଧରିଛନ୍ତି । ନୀଳଗିରି ଥାନା ଭିମେଇ ଗାଁରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ୨୦ ଲକ୍ଷ ଜବତ କରିଛନ୍ତି ।

ଖବରମୁତାବକ, ନୀଳଗିରି ଉପଖଣ୍ଡ ଈଶ୍ୱରପୁର ପଞ୍ଚାୟତର ଭିମେଇ ଗାଁର କାଶୀନାଥ ମଲ୍ଲିକ ଦିଲ୍ଲୀରେ ଜଣେ ବିଲଡର ଘରେ ରହି ସହାୟକ ଭାବେ ରହି କାମ କରୁଥିଲେ। ସେ କାମ କରିବା ବାହାନାରେ ସୁଯୋଗ ଦେଖି କାଶୀନାଥଙ୍କ ଟ୍ରେଜରୀ ଲୁଟ କରିବାକୁ ଯୋଜନା କରିଥିଲା। ଏଥିପାଇଁ ସେ ତାଙ୍କର ଦୁଇବନ୍ଧୁ ଆଶୁତୋଷ ଓ ଜଗବନ୍ଧୁଙ୍କ ସାହାଯ୍ୟ ନେଇଥିଲା।

ବିଲଡର ଜଣକ ଘରେ ସମସ୍ତେ ଶୋଇଥିବାବେଳେ ପ୍ରଥମେ ସେ ଘରର ମୁଖ୍ୟ ଗେଟ୍ ରେ ତାଲା ପକାଇଦେଇଥିଲେ। ଏହା ପରେ ଆଲମିରା ଭାଙ୍ଗି ସେଥରୁ ୮୬ ଲକ୍ଷ ଟଙ୍କା ଚୋରି କରିଥିଲେ। କାଶୀନାଥ ୪୧ ଲକ୍ଷ ଟଙ୍କା ଓ ଆଶୁତୋଷ ୨୨ ଲକ୍ଷ ଏବଂ ଜଗବନ୍ଧୁ ୨୩ ଲକ୍ଷ ଟଙ୍କା ନେଇଥିଲା। ଏହା ପରେ ତିନି ଜଣ ଅଲଗା ଅଲଗା ସ୍ଥାନକୁ ବାହାରିଯାଇଥିଲେ।

ତେବେ ଅଭିଯୋଗକାରୀ ନୂଆଦିଲ୍ଲୀର ସିଆର ପାର୍କର ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲା ବେଳେ ଏନେଇ ୨୪୩/୨୫ ରେ ଏକ ମାମଲା ରୁଜୁ କରାଯାଇଥିଲା।

ସୂଚନାଥାଉକି, ଦିଲ୍ଲୀ ରେଲୱେ ଷ୍ଟେସନରୁ ଆଶୁତୋଷ ଓ ପାଟଣା ବସଷ୍ଟାଣ୍ଡ୍‌ରୁ ଜଗବନ୍ଧୁଙ୍କୁ ଗିରଫ କରାଯାଇଛି ।

Comments are closed.